ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଭବାନୀପାଟଣା/ମ ନି ସ/ ତା ୨୧.୧୧.୨୦୨୨/ :- ଆଜି ସ୍ଥାନୀୟ ପ୍ଲାନିଂଗ ( ଡି.ପି.ଏମ.ୟୁ) କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି । ବୈଠକରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବସନ୍ତ କୁମାର ନାୟକ, କୃଷି ବିଭାଗ ଆତ୍ମା ଏକ୍ସପର୍ଟ ଶୁଭେନ୍ଦୁ କୁମାର, ଏ ଡି ଏଚ୍ ସତ୍ୟଭାମା ଧନ, ଡି.ଆଇ.ପି.ଆର୍.ଓ ମନୋଜ ବେହେରା , ମାଇକ୍ରୋ ଜୀବିକା ମିଶନ ଏକ୍ସପର୍ଟ୍ କୁମୁଦିନୀ ମିଶ୍ର ତଥା ପ୍ରାଣୀ ସମ୍ପଦ ଏକ୍ସପର୍ଟ୍ କେଦାର ନାଥ ଖମାରୀ ପ୍ରମୁଖ ମଞ୍ଚାଶୀନ ଥିଲେ ।
ପ୍ରଥମେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦିବସ ପାଳନର ଉଦ୍ଦେଶ୍ୟ, ଜିଲ୍ଲା ରେ ମତ୍ସ୍ୟ ଉତ୍ପାଦନ ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ପ୍ରଣୟନ ବିଭିନ୍ନ ଯୋଜନା, ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ, ମତ୍ସ୍ୟ ପୋଖରୀ ଖନନ, ବାୟୋଫ୍ଲକ୍, ତାଲିମ୍ , ମାଛ ଚାଷରେ ବ୍ୟବହୃତ ଉପକରଣ ପ୍ରଦାନ, ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସ।ହନ , ମାଛ ଜାଆଁଳା କେନ୍ଦ୍ର ସ୍ଥାପନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବର୍ଦ୍ଧିତ ଜନସଂଖ୍ୟା ପାଇଁ ମାଛ ପରି ପ୍ରୋଟିନ ଯୁକ୍ତ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଜିଲ୍ଲାରେ ବିଭିନ୍ନ ଜଳ ଭଣ୍ଡାର , ପ୍ରାକୃତିକ ଜଳ ଉତ୍ସ, ନଦୀ, କୃତ୍ରିମ ପୋଖରୀ ଖନନ ଓ ମାଛ ଉପରେ ନିର୍ଭର କରୁଥିବା ମତ୍ସ୍ୟଜିବୀ ଓ ଚାଷୀ ମାନଙ୍କ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହି ଦିବସ ପାଳନ କରାଗଲା । ବୈଠକରେ ଜିଲ୍ଲାରେ “ଗୋ ସୁଗମ” ପୋର୍ଟାଲ୍ ରେ ଅନ୍ତର୍ଭୁକ୍ତ ଚାଷୀ ମାନେ ଧାନ ସହିତ ଉଦ୍ୟାନ କୃଷି, ପଶୁ ପାଳନ, ମତ୍ସ୍ୟ ଉତ୍ପାଦନ ଉପରେ ଗୁରୁତ୍ବ ଦେଲେ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ସବଳ ହୋଇ ପାରିବ ବୋଲି ମଞ୍ଚାଶୀନ ଅତିଥି ପ୍ରକାଶ କରିଥିଲେ ।
ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ନିଜର ବକ୍ତବ୍ୟ ରେ ଚାଷୀମାନଙ୍କୁ ନିଜ ସ୍ୱଳ୍ପ ଜମି ରେ ସମନ୍ଵିତ ମିଶ୍ରିତ କୃଷିକୁ ପ୍ରାଧାନ୍ୟ ଦେଇ ଛେଳି ପାଳନ, ମାଛ ଚାଷ ଓ ଉଦ୍ୟାନ କୃଷି କୁ ଅନ୍ତର୍ଭୁକ୍ତ କଲେ ନିଜର ଆର୍ଥିକ ବିକାଶ କରିବା ସହ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିବେ ଓ କିଏ ମଧ୍ୟ ଦାଦନ ଶ୍ରମିକ ହୋଇ ଯିବେ ନାହିଁ ବୋଲି ପ୍ରକାଶ କରିଥିଲେ । ସମସ୍ତ ମଞ୍ଚାଶୀନ ଅତିଥି ନିଜ ବିଭାଗୀୟ ସ୍କୀମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ସଭାରେ ଗୋଲାମୁଣ୍ଡା ବ୍ଲକ ର ମା ମହାଲକ୍ଷ୍ମୀ ଓ ଲାଞ୍ଜିଗଡ ବ୍ଲକ୍ ର ମା ଡୋକରି ସର୍ବ ଶ୍ରେଷ୍ଠ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ଏମ ରାମପୁର ବ୍ଲକ ର ହେମଲତା ସାହୁ ଏବଂ ଝରଣା ସାହୁ ଶ୍ରେଷ୍ଠ ବ।ୟୋଫ୍ଲକ ଚାଷୀ, ଶ୍ରେଷ୍ଠ ମତ୍ସ୍ୟ ରୂପେ ଶ୍ରୀ ମହେଶ ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭାଟିକୁ ପରିଚାଳନା କରିଥିଲେ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ନିହାଂଶୁ ପଣ୍ଡା । ବୈଠକରେ କଳାହାଣ୍ଡିର ବିଭିନ୍ନ ବ୍ଲକରୁ ଆସିଥିବା ମତ୍ସ୍ୟ ଚାଷୀ , ସମନ୍ଵିତ କୃଷିରେ ପାରଦର୍ଶିତା ଲାଭ କରି ଥିବା ଚାଷୀବୃନ୍ଦ , ମତ୍ସ୍ୟ ଓ ଅନ୍ୟାନ୍ୟ କୃଷି ଉତ୍ପାଦନ ରେ ଭୂମିକା ଗ୍ରହଣ କରି ଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

Sunil Chandra Nayak

ସଫଳ। ଦାସ ଙ୍କ ଅଳପ ଗଳ୍ପ – ଉପହାର

Sunil Chandra Nayak

Leave a Comment

error: Content is protected !!