ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ଲୋକ ଅଦାଲତ; ରାଜ୍ୟରେ ଜରିମାନା ଓ କ୍ଷତିପୂରଣ ବାବଦକୁ ଆଦାୟ ହେଲା ୭୭ କୋଟି ୯୨ ଲକ୍ଷ ଟଙ୍କା

ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ଏବଂ ଜରିମାନା ଓ କ୍ଷତିପୂରଣ ବାବଦକୁ ଆଦାୟ ହେଲା ୭୭ କୋଟି ୯୨ ଲକ୍ଷ ଟଙ୍କା । ଅର୍ଥାତ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୧ ହଜାର ୮୩୫ଟି ମାମଲ।ର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି । ଜରିମାନା ଓ କ୍ଷତିପୂରଣ ବାବଦରେ ୭୭ କୋଟି ୯୨ ଲକ୍ଷ ୪୬ ହଜାର ୭୭୪ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି । ଫୈସଲା ହୋଇଥିବା ମାମଲା ଗୁଡ଼ିକ ମଧ୍ୟରୁ ୩୮୯ ଫୌଜଦାରୀ, ୮୯୩ ଚେକ ବାଉନ୍ସ, ୩୧୭୧ଟି ବ୍ୟାଙ୍କ ଋଣ, ୬୩୬ଟି ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୩ଟି ଶ୍ରମ ଓ ନିୟୋଜନ ବିବାଦ, ୫୪ ଟି ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ପଇଠ ସମ୍ପର୍କିତ, ୬୦୪ଟି ପାରିବାରିକ ଓ ବୈବାହିକ ବିବାଦ, ୨୮ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୫ଟି ଚାକିରି ସଂକ୍ରାନ୍ତୀୟ, ୧୫୦୮ଟି ଦେୱାନୀ ଓ ୪୫୩୪ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚନ୍ଦାହାଣ୍ଡି ରେ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମସୀ

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

Sunil Chandra Nayak

Leave a Comment

error: Content is protected !!