ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଭାବ ର ଠାକୁର

ଭାବର ଠାକୁର 

ଭାବର ଠାକୁର ହୋ

ତେବେ କାହିଁ ପାଇଁ ସଂସାର ଭିତରେ

କରିବି ମୁଁ ଅଭିମାନ(0

ତୁମଆଜ୍ଞା ବିନା କିଛିହୁଏନାହିଁ

ମହିମଧ୍ୟେ କର୍ମଧର୍ମ

ପତ୍ର ପଡେ ନାହିଁ ଫୁଟେନାହିଁ ଫୁଲ

ଶୁଭେ ନାହିଁ ସାରମର୍ମ

ଭାବରଠାକୁରହେ

ସବୁତ ତୁମରଦାନ (1)

 

ଗ୍ରହଚନ୍ଦ୍ର ତାରା ସୂର୍ଯ୍ୟଆଦି ସର୍ବେ

ଉଦେଅସ୍ତ ଚିରନ୍ତନ

ବରଷେ ବରଷା ହସିଉଠେ ରସା

ଆନନ୍ଦିତ ବିଶ୍ୱଜନ

ଭାବର ଠାକୁରହୋ

ସବୁତ ତୁମର ଦାନ ହୋ (2)

 

 

ହୁଏ ଦିନରାତି ପ୍ରଭାତ ପ୍ରଦୋଷ

ବର୍ଷଋତୁ ଯଉବନ

ଗ୍ରୀଷ୍ମ ବର୍ଷା ଶୀତ ଲାଗି ନବରୂପେ

ବଦଳଇ ଘନ ଘନ

ଭାବର ଠାକୁରହୋ

ସବୁତ ତୁମରି ଦାନ ହୋ (3)

 

ତୁମ୍ଭକୃପାବଳେ କିଏ ହୁଏଧନୀ

କିଏ ପାଏ ସିଂହାସନ

କିଏହୁଏ ସୁଖୀ କିଏହୁଏ ସୁଖୀ

ବିଚିତ୍ର ବିଧାନ ପଣ

ଭାବର ଠାକୁର ହୋ

ସବୁତ ତୁମର ଦାନ ହୋ 4)

 

ତୁମକୁ କାହିଁକି ଡାକିବି ପ୍ରଭୁହେ

ତୁମେମନ କଥାଜାଣ

ଯାହା ଭାବୁଅଛି ଯାହା ଲେଖୁଅଛି

ସବୁ ତୁମ ସମ୍ବିଧାନ

ଭାବର ଠାକୁର ହୋ

ସବୁତ ତୁମରି ଦାନ ହୋ (5)

 

ଦୁଷ୍ଟଶିଷ୍ଟ ସନ୍ଥ ସବୁରି ହୃଦୟେ

ସୁଖେକର ବିଚରଣ

ତୁମ ଆଜ୍ଞାବିନା କେ କିସ କରିବ

ଭଲମନ୍ଦ ଆଚରଣ

ଭାବର ଠାକୁର ହୋ

ସବୁତ ତୁମରିଦାନ ହୋ (6)

 

ଯେତେକ୍ଷୁଦ୍ର କୀଟ ପତଙ୍ଗଆଦି ଜୀବ

କିମ୍ବାବଡ ଜୀବଗଣ

ସବୁତ ତୁମରି ସମ୍ବିଧାନେ ହୁଏ

ନାହିଁଁଭେଦ ନୀତି ପଣ

ଭାବର ଠାକୁର ହୋ

ସବୁତ ତୁମରି ଦାନ ହୋ (7)

ବୋଲେବିଦ୍ୟାଧର ମୋହରୋଗ ଶୋକ

ଅପମାନ ସନମାନ

ତୁମରି ବିଧାନେ କେବେ ଭିନ୍ନନୁହେଁ

ସବୁତ ତୁମରି ଦାନ ହେ

ଭାବର ଠାକୁର ହେ

ସବୁତ ତୁମରି ଦାନହେ!

 

ସମାପ୍ତ

ଶ୍ରୀ ବିଦ୍ୟାଧର ମହାନ୍ତ.

ତମ୍ବାହରା 

କେନ୍ଦୁଝର 

Related posts

ଡ଼. ଏ ପି ଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଡ. କଲାମ ଙ୍କ ସପ୍ତମ ବାର୍ଷିକ ତିରୋଧାନ ଦିବସ ପାଳିତ

Sunil Chandra Nayak

ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି ନଶୁଣିବାରୁ ରାସ୍ତା ନିର୍ମାଣ କଲେ ଫିସରି କଲୋନୀ ବସ୍ତି ବାସିନ୍ଦା

Sunil Chandra Nayak

ଜୟପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!