ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଅନ୍ତର ର ଦାହ

ଅନ୍ତରର ଦାହ

ଜୟ କୁମାର ମିଶ୍ର

 

ବାହାରର ଦାହ, ଆଖିକୁ ଦିଶଇ 

 ମଳୟେ ଜଞ୍ଜାଟି ହୋଇ 

ନୀର ପାଇଗଲେ, ଦହନଟି ସରେ 

ଅଙ୍ଗାର, ପାଉଁଶ ଥୋଇ ll

କ୍ଷଣିକ ଦହନ, କ୍ଷତିର କାରଣ 

ଧନ, ଜନ, ସୁଖ ଶିରି, 

ହୁଏ ନିର୍ବାପନ, ହୁଏ ପ୍ରସମନ 

ଦୁଃଖ, ଶୋକ ଲୁହଝାରି ll

ବାହାର ଦହନ ଉପକାରୀ ପୁଣ

ଜଗତ କଲ୍ୟାଣ ପାଇଁ, 

ନର ପଶୁ ପକ୍ଷୀ, କୀଟ ଓ ପତଙ୍ଗ 

ବଞ୍ଚିରୁହେ ତାକୁ ନେଇ ll

ଅନ୍ତର ଦହନ, ନୁହେଁ ଦରଶନ 

ଅନ୍ତରେ ଅନ୍ତରେ ଘରେ , 

ତନୁକୁ, ମନକୁ, ଗ୍ରାସ କରି ତାକୁ 

କଙ୍କାଳଟି କରେ ବାରେ ll

ସ୍ୱାସ୍ଥ୍ୟ,ଓ ଆରୋଗ୍ୟ

ଜଳିଜlଳି ବେଗ 

ଆୟୁ,ପରମାୟୁ ଜlଳେ, 

ନାହିଁ ଅଉଷଧ, ନାହିଁ ପ୍ରତିଷେଧ

ଯେତେ ଉପଚାର କଲେ ll

କିଏ କହେ ତାକୁ, ମନବ୍ୟାଧି ୟାକୁ 

ହୋଇଅଛି ଦେଖ ଦେଖ, 

କିଏ ଅଗ୍ନିମlନ୍ଦ୍ୟ,ଅରୁଚିଟି ଖାଦ୍ୟ 

ସୁନିଦ୍ରା କରେ ବିମୁଖ ll

ଅଉକିଏ ଭୂତ, ଡାହାଣୀକି, ପ୍ରେତ 

ଶରୀରେ କରିଛି ଘର 

କର, ଝଡାଫୁଙ୍କା, ଗୁଣିଆକୁ ଡକା 

ଯ୍ୟଥା ଶୀଘ୍ର ଏଵେ କର ll

ବାହ୍ୟ ରୂପ ଦେଖି,କଥା ମନଲାଖି 

କହି ପlରିବାର କିଏ, 

ସବୁ ଜାଣିବାର, ଛଳନାର ଗୀର 

ବଳେ ଆସି ପାଶେ କୁହେ ll

ଶସ୍ତା ଉପଦେଶ, କେତେ ପରାମର୍ଶ 

କଥାନଥା ବାରବାର, 

ହିତାକାଂକ୍ଷୀ ଭଳି, ଅଶ୍ରୁ କିଏ ଢାଳି 

ଆହା ଚୁ-ଚୁ ନିରନ୍ତର ll

ଯେତେ ଯାହା କର, ହୁଅ ହରବର 

ସମ୍ପତିଟି ଦିଅ ସାରି, 

ଅନ୍ତରର ଦାହ,ଜଳେ ଅହରହ

ଜୀବନକୁ ଦିଏ ମାରି l

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 

ଓଡିଶା 761206, ଯୋଗାଯୋଗ 

 

Related posts

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

Sunil Chandra Nayak

Leave a Comment

error: Content is protected !!