ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ନଦୀ ଓ ବଟ ବୃକ୍ଷ

ନଦୀ ଓ ବଟବୃକ୍ଷ       

କବି – ଶ୍ରୀ ଜଗଜ୍ଜିବନ ସ।

 

ହୋଡା ଉପରେ ଠିଆ ମୁଁ

ସେପଟେ 

ଟାଏଁ ଟାଏଁ ଖରାରେ 

ବାଲି ଗଦାର ଚିକମିକ ଝଳସ

ଆଉ

କଳକଳ ନାଦରେ

ଝଳସିଆ ନଈ

ଜଣାଇ ଦିଏ 

ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ 

ଅଙ୍କାବଙ୍କା ଯିବାକୁ ପଡ଼େ l

କହେ ସେଇ ନଈ,

ମୁଇଁ ପ୍ରାଣୀ ଜଗତର ଜୀବନ

ଆଉ 

ଜୀବର ମୃତ୍ୟୁ ପରେ ଶ୍ମଶାନ ।

ଶିକ୍ଷା ଦିଏ 

ଏ ଧରାରେ ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ

ଏଇ ସତ୍ୟ ଓ ନ୍ୟାୟକୁ ମାନିବାକୁ ପଡେ ।

ଏପଟେ 

ଆକାଶ ତଳେ

ପରିପୂର୍ଣ୍ଣ ଫୁଲ,ଫଳ

ଘଞ୍ଚ ଡାଳପତ୍ର,

ମେଲାଇଥିବା ଶାଖପ୍ରଶାଖାରୁ ଚେର

ତଳକୁ ତଳ ଲମ୍ବି ଥିବା 

ଗାଁ ବଜାର ପଡିଆର 

ଏକ ବଟବୃକ୍ଷ ।

ଶିକ୍ଷା ଦିଏ 

ଏ ଜୀବନରେ ବଞ୍ଚିବାକୁ ହେଲେ

ମୂଳରୁ ମଜବୁତ ହେବାକୁ ପଡେ ।

ପୁଣି

କହେ ସେଇ ବୃକ୍ଷ ,

ମୁଁ ସହିଯାଏ

ମୋ ଫଳକୁ ଖୁମ୍ପୁଥିବା 

ପକ୍ଷୀ ଥଣ୍ଟର ଯନ୍ତ୍ରଣା,

ମୋ ଡାଳପତ୍ରକୁ ଖାଉଥିବା 

ପଶୁର ମୁନିଆ ଦାନ୍ତର କଷ୍ଟ ,

ଗାଈଆଳି ପିଲାର ଲାଠି ମାଡ଼,

ମୁଁ କେବେ ପ୍ରତିବାଦ କରେ ନାଇଁ ,

ତଥାପି ବି ସେବା କରେ

ବାଟୋଇକୁ ଛାଇ ଦିଏ ।

ଶିଖାଇ ଦିଏ

ଏ ଦୁନିଆଁରେ ମହାନ ହେବାକୁ ହେଲେ

ସବୁ ବ୍ୟଥାକୁ ସହିଯାଇ,

ଲୋକଙ୍କ ସେବା କରି,

ପରୋପକାର କରିବାକୁ ପଡେ ।

କୁମ୍ଭାରୀ, ଗୋଲାମୁଣ୍ଡା,

                     କଳାହାଣ୍ଡି (ଓଡ଼ିଶା) ।

                 

Related posts

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ନାମରେ ଏନବିଡ୍ଲୁ ଜାରୀ

Sunil Chandra Nayak

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Sunil Chandra Nayak

ସରକାରୀ ବସ ବିଦ୍ଯୁତ ତାର ସଂପର୍ଶ ଆସି ଅଳ୍ପକେ ବର୍ତ୍ତିଗଲା

Sunil Chandra Nayak

Leave a Comment

error: Content is protected !!