ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଠାକୁର

  ଠାକୁର

ଓଡିଆ ମନର ଓଡିଆ ପ୍ରାଣରେ
      ତୁମେ କାଳିଆ ଠାକୁର 
ବିଜେ କରିଅଛ ଶିରି କ୍ଷେତରରେ
      ରତ୍ନସିଂହାସନ ପର।। 
ହାତ ନାହିଁ ଗୋଡ ନାହିଁ ଦାରୁ ଦିଅଁ
        ମଉନରେ ବସିଅଛ
ଚକା ଚକା ଆଖି ମେଲାଇ ପ୍ରଭୁ ହେ
        ଜଗତକୁ ଦେଖୁଅଛ।।
ଭକତର ବନ୍ଧୁ ଭକତ ବାନ୍ଧବ 
       ତୁମେ ଭାବର ଠାକୁର 
ଭକତ ଭାବରେ ବନ୍ଧା ହୋଇ ପ୍ରଭୁ
       ଭକ୍ତଙ୍କୁ କର ଉଦ୍ଧାର।। 
ଗଜ ଡାକଦେଲା ଆକୁଳେ ଜଳରେ
        ଚକ୍ରପେଶି ନକ୍ର ନାଶିଲ
କୁରୁ ସଭା ସ୍ଥଳେ କୋଟି ବସ୍ତ୍ର ଦେଇ
       ପାଞ୍ଚାଳିର ମାନ ରଖିଲ।। 
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
        ଆକୁଳ ଡାକ ଶୁଣିଲ
ହସ୍ତୀର ଗଳାରୁ ଘଣ୍ଟ ଛିଡିଗଲା
        ଘଣ୍ଟ ଘୋଡାଇଣ ରଖିଲ।। 
ବାରମାସେ ତେର ପରବ ତୁମରି
      ରଥ ଯାତ୍ରା ଅଟେ ସାର
ପତିତ ଜନଙ୍କୁ ଉଦ୍ଧରିବା ପାଇଁ 
       ଦେଉଳୁ ହୁଅ ବାହାର।। 
ମାଉସୀ ଗୁଣ୍ଡିଚା ମମତାରେ ବନ୍ଧା
       ମାଉସୀ ଘରକୁ ଯାଅ
ଜନମ ବେଦୀରେ ନବଦିନ ଲୀଳା
      କରି ପ୍ରଭୁ ଫେରିଥାଅ।। 
ଜଗତ ଠାକୁର ବୋଲି ଉଡୁଥାଏ
        ପତିତପାବନ ବାନା 
ତେବେ କିଆଁ ପ୍ରଭୁ ଭକତର ଡାକ
        ତୁମ କର୍ଣ୍ଣରେ ବାଜେନା।। 
ଅଧର୍ମ ଅନୀତି କରୁଛି ରାଜୁତି
       ଧରମ ପାଦରେ ବେଡି
ଧରମରେ ଚାଲି ତୁମରି ଭକତ
       ତଳେ ପଡେ ମୁହଁ ମାଡି।। 
ବାରେ ଦୟାକର କାଳିଆ ଠାକୁର
        ଜଗତର ଦୁଃଖ ହର
ସବୁରି ପରାଣେ ଭରିଦିଅ ପ୍ରଭୁ 
        ସ୍ନେହ ଶାନ୍ତି ସୁଧା ଝର।। 
     

ବନଲକ୍ଷ୍ମୀ ମହାନ୍ତି 

ନଡିଆବରାଇ , କେନ୍ଦ୍ରାପଡ଼ା 

 

Related posts

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

Sunil Chandra Nayak

Leave a Comment

error: Content is protected !!