ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି  ହେବ ଭୋଟ୍

ରୁପ୍ରା, ୧୧/୩ (ଇମିସ) : କଳାହାଣ୍ଡି ଜିଲ୍ଲା ଅଧିନ ନର୍ଲାବ୍ଲକ୍ ହେଉଛି ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ବ୍ଲକ୍ ଅଟେ । ଏହି ବ୍ଲକ୍ ଅଧିନରେ ୨୬ ଟି ଗ୍ରାମ ପଞ୍ଚାୟତ ରହିଛି । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନର୍ଲା ବ୍ଲକରେ ନିର୍ବାଚନ ଅଧିକାରୀ ତଥା ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବାସହ ନବ ନିର୍ବାଚିତ ୱାର୍ଡ୍ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା ହୋଇସାରିଛି । ଶୁକ୍ରବାର ନାଏବ ସରପଞ୍ଚ ଭୋଟ୍ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଯାଇଛି ।

ବର୍ତ୍ତମାନ ନର୍ଲା ବ୍ଲକରେ ଅଧ୍ୟକ୍ଷ ପଦବୀକୁ ନେଇ ଉତ୍କଣ୍ଠା ଦେଖାଦେଇଥିବା ବେଳେ ଏହି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି, ଏଣୁ ଏହି ରେସ୍ ରେ ବିଜେଡି ସମର୍ଥିତ ତଥା ବର୍ତ୍ତମାନର ନର୍ଲାବ୍ଲକ ଉପାଧ୍ୟକ୍ଷ ଥିବା ଦୁର୍ଗା ପ୍ରସାଦ ମହାନ୍ତିଙ୍କ ପତ୍ନୀ ତଥା ବର୍ତ୍ତମାନର ଅଧ୍ୟକ୍ଷା ମନୋରମା ମହାନ୍ତି ପ୍ରମୁଖ ଦାବେଦାର୍ ଥିବାବେଳେ ଅନ୍ୟତମ ପ୍ରତିଦ୍ୱନ୍ଦୀ ବିଜେପି ସମର୍ଥିତ ମନ୍ମୟ ଚାନ୍ଦଙ୍କ ପତ୍ନୀ ସୀମନ୍ତିକା ଚାନ୍ଦ ରହିଛନ୍ତି । ସୀମନ୍ତିକା ଚାନ୍ଦ ମାଣ୍ଡେଲ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ରୁପେ ନିର୍ବାଚିତ ହୋଇଥିବା ବେଳେ (ଉଭୟ ମହାନ୍ତି ଦମ୍ପତି) ମନୋରମା ମହାନ୍ତି କର୍ମେଗାଁ ପଞ୍ଚାୟତରୁ ଓ ତାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି ତୁଲାପଡା ଗ୍ରାମ ପଞ୍ଚାୟତରୁ ସମିତି ସଦସ୍ୟ ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରଠାରୁ ଉଭୟ ଗୋଷ୍ଠୀଙ୍କ ଅଧିନରେ ନବ ନିର୍ବାଚିତ ସମିତି ସଦସ୍ୟ ମାନେ ଅଗ୍ୟାଁତବାସରେ ଥିବାବେଳେ ଶୁକ୍ରବାର ଦିନ ଅପରାହ୍ନରୁ ନର୍ଲା ବ୍ଲକରେ ମହାନ୍ତି ଦମ୍ପତିଙ୍କ ସପକ୍ଷରେ ୧୭ ଜଣ ନବ ନିର୍ବାଚିତ ସମିତି ସଦସ୍ୟଙ୍କ ସମର୍ଥନ ଥିବା ଫଟୋ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରିବୁଲୁଥିବା ଦେଖିବାକୁ ମିଳିବା ସହ ପୁଣି ନର୍ଲା ବ୍ଲକର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପଦବୀ ପାଇଁ ଦ୍ୱିତୀୟ ଇନିଙ୍ଗସ୍ ରେ ଉଭୟ ମହାନ୍ତି ଦମ୍ପତିଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟତମ ପ୍ରତିଦ୍ୱନ୍ଦୀ ସୀମନ୍ତିକା ଚାନ୍ଦଙ୍କ ସପକ୍ଷରେ ୯ ଜଣ ସମିତି ସଦସ୍ୟଙ୍କ ସମର୍ଥନ ଥିବାବେଳେ ମହାନ୍ତି ଦମ୍ପତିଙ୍କ ପଲ୍ଲା ଭାରିଥିବା ଜଣାପଡିଛି । ରୂପା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

(

Related posts

ମଦନପୁର ରାମପୁର ର ଗୋଛାଡେଗେନ ଗାଁ ବଜାର  ରେ ବ୍ଲକ କଂଗ୍ରେସ ର ହାଲ୍ଲlବୋଲ କାର୍ଯ୍ୟକ୍ରମ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନିଲୋତ୍ପଳ।

ନିର୍ଦ୍ୱନ୍ଦ ରେ ଡ଼ହଗାଁ ପେକ୍ସ ଉପ ସଭାପତି ନିର୍ବାଚିତ ହେଲେ ରଶ୍ମିରେଖା ରାଉତ

Leave a Comment

error: Content is protected !!