Uncategorizedକୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଏ କେଉଁ ପ୍ରକାର ମୋହ ।। by Sunil Chandra NayakAugust 5, 20220160 Share0 ।। ଏ କେଉଁ ପ୍ରକାର ମୋହ ।। କୈଳାସ ଚ଼ନ୍ଦ୍ର ପାଢ଼ୀ କୋଟି ବୁଭୁକ୍ଷୂ ର ଆର୍ତ୍ତ ଚ଼ିତ୍କାରେ ଥରିଉଠେ ଯେଉଁ ମାଟି, ସ୍ବାଧୀନତାର ଲୋହିତ ସୂର୍ଯ୍ୟ କେମିତି ଉଠିଛି ଫୁଟି । ଏ ନୁହେଁ ସାମ୍ୟବାଦ ସବଳ ହାତରେ ସ୍ବାଧୀନତା ଏଠି ଦୁର୍ବଳର ଯେ ଜୀବନ-ମର୍ମନ୍ତୁଦ ।। ଗୀତାବାଣୀ ଆଜି ପ୍ରଚ଼ାର ପ୍ରସାର ଧର୍ମକୁ ଆଖି ଠାର, ଜହ୍ଲାଦ ରଚ଼େ ମନୁ ସଂହିତା ସ୍ଥିତି ଆଉ ପ୍ରଳୟର। ଭଗବାନ ଏଠି କିଏ ? ଏଇ ପ୍ରଶ୍ନଟି ନିଜକୁ ନିଜେ ମୁଁ ପଚାରିଛି କେତେଥର ଉତ୍ତର ନାହିଁ ପାଏ ।। କର୍ପୂର ନାହିଁ କପଡ଼ାଟା ଏଠି ଆଖିରେ ଚ଼ମକ ବୋଳେ, କପଡ଼ାର ତଳେ ନାଗଶିଶୁ ତାର ଉତ୍ ଫଣ ଫଣା ତୋଳେ। ନୀଳ-ନୀଳିମାର ତଳେ ବିସ୍ତାରେ କାୟା ଝଡ଼-ନିର୍ମମ ଲୁଟି ନେବା ପାଇଁ ଶିରୀ-ସଂପଦ ଜୀବନ-ଜୀବିକା ଅନାୟାସେ-ଅବହେଳେ।। ସ୍ଥିତି-ପ୍ରଳୟର ଘଡ଼ି ସନ୍ଧିରେ ସୃଷ୍ଟି ଦୋଳାୟମାନ, ନିଖୋଜ ଏଠାରେ ସାହିତ୍ୟ-ସଂସ୍କୃତି କୁତ୍ସିତ-ସ୍ବାଭିମାନ ଆତ୍ମୀୟତାରେ ଦ୍ରୋହ- ସର୍ବନାଶକୁ ସ୍ବାଗତ କରିବା ସୂତ ପୁତ୍ର ର ଏ କେଉଁ ପ୍ରକାର ମୋହ ?? କୁମାର ପୁର। ଅନନ୍ତ ପୁର। ବସୁଦେବ ପୁର ।ଭଦ୍ରକ ।