ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ “

ଲକ୍ଷ୍ମୀପୂଜାରେ ଆସୁଛି

 ପ୍ରେମରେ ରିସ୍କ ହେଲା ମତେ ଇସ୍କ

ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା | ୟୁ ଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ |” ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମା ମୁକ୍ତିଲାଭ କରିବ | ଏନେଇ ପ୍ରଡକ୍ସନ ହାଉସ ସୂଚନା ଦେଇଛି |

ୟୁ ଏସ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ | ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା | ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି | ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି | ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି, ପିଣ୍ଟୁ ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି |

ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି | ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଆଗାମୀ ଲକ୍ଷ୍ମୀପୂଜାରେ ସିନେମା ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି |

ଅମୃତ ନନ୍ଦ, କଟକ ଙ୍କ ରିପୋର୍ଟ 

Related posts

ଡମ୍ବରୁଧର ବେହେରାଙ୍କୁ  ବ୍ରହ୍ମପୁର ମହାନଗର ନିଗମ ମହୋତ୍ସବ ସାହିତ୍ୟ ସମ୍ମାନ (୨୦୨୨)

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଧୋବେନପଡା ମା ହିଙ୍ଗୁଳା ଦେବୀ ଙ୍କ ଝାଞ୍ଜିମଡା ଯାତ୍ରା ମହୋତ୍ସବ ପାଳିତ

Leave a Comment

error: Content is protected !!