ବାଲେଶ୍ଵର ୦୪/୧୦/୨୨ – ପବିତ୍ର ଦୁର୍ଗା ପୂଜା ଖୁବ୍ ଧୁମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି । ସେଥି ମଧ୍ୟରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ ନିକଟସ୍ଥ ଡାଲଙ୍ଗ ଗ୍ରାମରେ ସାର୍ବଜନୀନ ପୂଜା କମିଟି ଦ୍ବାରା ଶାରଦୀୟ ଦୁର୍ଗାପୂଜା ଖୁବ୍ ଆନନ୍ଦ ଉଲ୍ଲାସର ସହିତ ଚାଲିଛି । ସତେ ଯେମିତି ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା ଜଗତ ଜନନୀ ନାଶିନୀ ମା । ଗତ ଦୁଇ ବର୍ଷ ଧରି କୋଭିଡି କଟକଣା ଥିବାରୁ ପାଳନ ହୋଇ ପାରୁ ନଥିଲା ମା’ଙ୍କ ପୂଜା । କିନ୍ତୁ ଏଥର ଡାଲଙ୍ଗ ଗ୍ରାମରେ ଯାକ ଜମକରେ ପାଳନ ହେଉଛି ମାଙ୍କର ପୂଜାର୍ଚ୍ଚନା । ମା’ଙ୍କ ପୂଜା ମଣ୍ଡପରେ ନିଆରା ବିଶ୍ଵସତ୍ବ ହେଉଛି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତିରେ ମା’ଙ୍କର ପୂଜା ଅର୍ଚ୍ଚନା ହୁଏ । ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାରର ନୈବେଦ୍ୟ ସହ ମା’ ଙ୍କର ଆଳତି କାର୍ଯ୍ୟକ୍ରମ କରା ଯାଇଥାଏ । ଡାଲଙ୍ଗ ଗ୍ରାମର ଗଣପର୍ବ ହେଉଛି ମା’ଙ୍କର ଶାରଦୀୟ ପୂଜା । ବହୁ ପ୍ରକାର ଭୋଗ ସାମଗ୍ରୀ ରୋଷଣୀ ଏବଂ ଆକର୍ଷିତ ବାଦ୍ୟ ଯନ୍ତ୍ରରେ ମା’ ଙ୍କର ପୂଜାର୍ଚ୍ଚନା ପାଳିତ ହୋଇଥାଏ । ଏହି ଶାରଦୀୟ ଗଣପର୍ବ ବିଭିନ୍ନ ପ୍ରକାରର ସାଜସଜା ସାଙ୍ଗକୁ ବଡ଼ ବଡ଼ ତୋରଣ ଭଳିକି ଭଳିକି ଲାଇଟ୍ ଓ ଦୋକାନ ବଜାର ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ । ପଣ୍ଡିତ ଦୟାନିଧି ପଣ୍ଡା, ପଣ୍ଡିତ ଗୋବିନ୍ଦ ପ୍ରସାଦ ଶତପଥୀ ଓ ବେଦଶାସ୍ତ୍ର ସପ୍ତଶତୀ ଚଣ୍ଡୀ ପାଠ କରିଥିଲେ । ପଣ୍ଡିତ ତୋଷିକାନ୍ତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ୧୬ ବର୍ଷ ଧରି ପୂଜା ଅର୍ଚ୍ଚନା କରି ଆସୁଛନ୍ତି ।ଏହି ଶାରଦୀୟ ପୂଜାରେ ବ୍ରାହ୍ମଣ ଓ ଡାଲଙ୍ଗ ଗ୍ରାମବାସୀ ଓ ସାର୍ବଜନୀନ ପୂଜା କମିଟି ଧୁମ୍ ଧାମରେ ମାଙ୍କର ପୂଜାର୍ଚ୍ଚନା ୧୬ ବର୍ଷ ଧରି କରି ଆସୁଥିବା ଦେଖିବାକୁ ମିଳିଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ