ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ (ଅଧ୍ୟାୟ-୭)

 ହଜିଲା ଦରବ

(ଅଧ୍ୟାୟ-୭)

 ଦିଲ୍ଲୀପ କୁମାର ନନ୍ଦୀ

ଶେଷ ପିଢ଼ିକୁ ମୁଁ ବାନ୍ଧିଲି ପେଡ଼ିରେ
ପକାଇଲି ସାତଗଣ୍ଠି
ତୁରୁଙ୍ଗ ସିନ୍ଦୁକ ହଜିତ ଗଲାଣି
ଅଛି ଏକ ପିଢ଼ି ବାକି।୧।
କସଡ଼ି କଉଡ଼ି ଖେଳ ହଜିଲାଣି
ଧାନ ପୁଡ଼ା ଲୁଚିଲାଣି
ଲଙ୍ଗଳ ଫାଳଟା ମାଟି ଖାଇଲାଣି
ମଇଟା ଖତ ହେଲାଣି।୨।
ଖପରା ଡିଆଁକୁ କବାଡ଼ି ଖେଳଟା
ଧିରେ ଧିରେ ହଜିଲାଣି
ଗୁଡ଼ି ଉଡ଼ା ପର୍ବ ପବନେ ହଜିଛି
ଶଗଡ଼ ଫଟୋ ହେଲାଣି।୩।
ଭାଙ୍ଗ ଡବା ଝାଡ଼ୁ କଳସ କି ଗଡ଼ୁ
ଧାନ ସିଝା ଉଠିଲାଣି
ଖଳା କି ବେଙ୍ଗଳା ଲୁଚି ତ ଗଲାଣି
ତାମ୍ବିଟା ହଜି ଗଲାଣି।‌୪।

କାଏମା,ଧର୍ମଶାଳା, ଯାଜପୁର

Related posts

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

Sunil Chandra Nayak

ପୁରୁଷ,ମହିଳା ବହୁମୁଖୀ ସ୍ବାସ୍ଥ୍ଯକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ଦାବି ପତ୍ର ପ୍ରଦାନ

Sunil Chandra Nayak

ବ୍ରେକ ଡାଉନ ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ରୋଗି ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!