ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ପ୍ରଭୁ ଡାକିଦେଲ ଆସିଗଲି ପୁରୀ

      ବଡ଼ଦାଣ୍ଡ ଠିଆ ରଜା

ଡାକୁଛି ଭକତ ମୋ କାଳିଆ ରଜା

      ବଡ଼ଦାଣ୍ଡ ହୋଇ ସଜା।

ଲାଗିଛି ତାହାର ପରବ ଉତ୍ସବ

    ବିଶ୍ବ ଜନ ନିମନ୍ତ୍ରଣ

ମେଳା ଉପଭୋଗ ସଭିଏଁ କରିବା

    ପ୍ରଭୁଙ୍କୁ କରି ଦର୍ଶନ।

କିଏ ଦେ ନଡ଼ିଆ କିଏ ଦିଏ ମାଳ

     କିଏ ଦେ ନାଲିଆ ବାନା

ଯାଚିଦେଲେ ତାକୁ ପୂରଣ ମୋ ଆଶା

    ଦୂର ହବ ମୋ ଯନ୍ତ୍ରଣା।

କିଏ ଛୁଇଁ ରଥ କିଏ ଟାଣେ ରଥ

    କାହା ପାପ ଯାଏ ଛାଡି 

ନମସ୍କାର କରୁ ଭକ୍ତି ମଧ୍ୟ କରୁ

    ସର୍ବ ଜନ ହାତ ଯୋଡ଼ି।

କିଏ ଶୁଣି ଗୀତ ସ୍ଥିର ଭକ୍ତି କରେ

   କାହା ଚକ୍ଷୁ ଝରେ ଲୁହ

କାଳିଆ ପ୍ରେମରେ ମଜି ଯାଇ ଥାଏ

    ଭକ୍ତ ଭଗବାନ ଏକ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶ୍ରୁତି ଥାପାଙ୍କୁ ଶୁଭେଚ୍ଛା

କଂଅଳ କାନ୍ଧ ରେ ପରିବାର ର ରୋଷେଇ ବୋଝ

Sunil Chandra Nayak

କେଗାଁ ଥାନା ଓ ଜନକଲ୍ୟାଣ ସାମ୍ବାଦିକ ସଂଘ ର ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!