ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ଜନଜାଗରଣ ମଞ୍ଚ

ବାଲେଶ୍ଵର,୨୬/୯/୨୨- ଗତ ତା ୦୪/୭/୨୨ ରିଖରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଖଇରା ଅଞ୍ଚଳର କେତେଗୁଡିଏ ଦାବି ସମ୍ବନ୍ଧରେ ମାନ୍ୟବର ଜିଲ୍ଲାପାଳଙ୍କୁ ମଞ୍ଚ ପ୍ରଦାନ କରିଥିଲା । ତୁରନ୍ତ କାର୍ଯ୍ୟ ଶେଷ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କାର୍ଯ୍ୟ ନିର୍ବାହୀଙ୍କ ଉଦାସୀନତା ଯୋଗୁଁ ଦାବି ଗୁଡିକ ପୂରଣ ହେବାରେ ବହୁ ବିଳମ୍ବ ହୋଇଛି । ତା’ର ପ୍ରତିବାଦରେ ଅଦ୍ଯ ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଦାବି ସମ୍ବନ୍ଧରେ ଅଭିଯୋଗ କରିଛି ମଞ୍ଚ । ଦାବି ଗୁଡିକ ମଧ୍ୟରେ ନିରୂପିତ ସ୍ଥାନରେ ବିଚାରାଳୟ ହେବାରେ ବିଳମ୍ବ, ଖଇରା ଠାରେ ଯାତ୍ରୀ ବିଶ୍ରାମଗାର, ଏନ ଏ ସି ଘୋଷିତ ଅଞ୍ଚଳ, ସବ୍ ଟ୍ରେଜେରୀ, ଗାମ୍ଯ ଉନ୍ନୟନ ସବ୍ ଡିଭିଜନ ବଟେଶ୍ବର, ଖଇରା, ଦୀର୍ଘଦିନ ହେବ ଅବ୍ଯବହିତ ଏବଂ ପ୍ରତ୍ୟେକ ବର୍ଷ ରଙ୍ଗ ଦେବାରେ ଅଯଥା ଖର୍ଚ୍ଚ ବ୍ଯୟ ହେଉଛି ଇତ୍ୟାଦି । ମଞ୍ଚର ସମ୍ପାଦକ ନିରଞ୍ଜନ ବେହେରା ଓ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ସମେତ ନରେନ୍ଦ୍ର ପ୍ରସାଦ ବେହେରା, ଅଭିରାମ ମହାପାତ୍ର, ବୁଧିରାମ ପାଣିଗ୍ରାହୀ, ଚିନ୍ତାମଣି ସାହାଣୀ, କୈଳାସ ଚନ୍ଦ୍ର ପୃଷ୍ଟି, କୃଷ୍ଣ ଚନ୍ଦ୍ର ପତ୍ରୀ, ଦେବେନ୍ଦ୍ର କୁମାର ରାଉତ, ସୃଷ୍ଟିଧର ରାଉଳ ଓ ଗଗନ ବିହାରୀ ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି.. ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ସମସ୍ତ କିନ୍ନରଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା

Sunil Chandra Nayak

ବୋରିଗାଁରେ ଶ୍ମଶାନକୁ ନେଇ ବିବାଦ , ନୂତନ ସ୍ଥାନ ଚିହ୍ନଟ ପରେ ଦିଆଗଲା କବର

Sunil Chandra Nayak

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!