ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଦେଖ ଏ ସାହିତ୍ୟ ର ମାନ

ଦେଖ ଏ ସାହିତ୍ୟ ର ମାନ

 

ସାହିତ୍ୟ ରେ ରୁଚି କିମି ଆସିଲାଣି

ବେପାର ବି ଏଠି ଚାଲେ

ଟଙ୍କାରେ ମିଳୁଛି ସମ୍ମାନ ଏମିତି

ଅଣ ସାହିତ୍ୟିକ ଭିଡ଼ ଭଲେ

ଟଙ୍କା ଦେଇ ଷ୍ଟେଜ କିଣାଯାଏ ଏବେ

ଅତୀଥି ପାଇଁ କି ଭିଡ଼

ଥାଉ କି ନ ଥାଉ ସାହିତ୍ୟ ସାଧନା

ଫେସବୁକ ରେ ଛାଡ

କେମିତି ହୋଇବ ମାତୃଭାଷା ରକ୍ଷା

ସସ୍ତାରେ ଚାହୁଁଛୁ ନାଁ

ସାହିତ୍ୟ ସାଧନା କଲେ ସୀନା ହେବ

ମହାନ ମୋ ମାଟି ଗାଁ।

ପାଠକଙ୍କ ସଂଖ୍ୟା ଜମା ଏଠି ନାହିଁ

ସବୁ ଗୋଟେ ଗୋଟେ କବି

ମାଇକି ପାଇଲେ ଜମା ଛାଡିବେନି

ଜଳିବେ ସତେକି ରବି।

ତେଲମରା ଏଠି ତେଲେଇ ତେଲେଇ

କବି ପଣେ ଗାଣା ଯାନ୍ତି

ପ୍ରମାଣ ପତ୍ର ଓ ଉତରୀ ପକାଇ

ମହା ରଥି ହୋଇଥାନ୍ତି।

ବାଃ ବାଃ ପଦେ ତାଳିମାଡ ହୁଏ

କବିତା ପାଠରେ ଭାରି

ସେ କବିତା ରେ କଛି ଥାଉ କି ନ ଥାଉ

ସେ ନିଶାରେ ହୁଅନ୍ତି ଘାରି।

ଧନ୍ୟ ହେ କବି ଧନ୍ୟ ତୁମ ନିଶା

ବିନା ସୁରାରେ କି ନିଶା

ମାନେ ଥାଉ କି ନ ଥାଉ କବିତାରେ ତୁମ

ମାଇକିରେ ଗୁଳି ଭାଷା।

ସାହିତ୍ୟ ରେ ବ୍ରତି ହୁଅନ୍ତୁ ସାଧକେ

ଭାଷାର ଯତନ କରି

ଗୁଣବତ୍ତା ରହୁ ଆମ ସାହିତ୍ୟ ର

ନ ହେଉ କେ ଆମ ସରି।

 

        ନଗେନ୍ଦ୍ର କୁମାର ରାଉତ

      ଉମରକୋଟ, ନବରଙ୍ଗପୁର

Related posts

ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ମିଳନୀ ଆରମ୍ଭ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବକ୍ତା

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

Sunil Chandra Nayak

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ

Sunil Chandra Nayak

Leave a Comment

error: Content is protected !!