ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଦେଖ ଏ ସାହିତ୍ୟ ର ମାନ

ଦେଖ ଏ ସାହିତ୍ୟ ର ମାନ

 

ସାହିତ୍ୟ ରେ ରୁଚି କିମି ଆସିଲାଣି

ବେପାର ବି ଏଠି ଚାଲେ

ଟଙ୍କାରେ ମିଳୁଛି ସମ୍ମାନ ଏମିତି

ଅଣ ସାହିତ୍ୟିକ ଭିଡ଼ ଭଲେ

ଟଙ୍କା ଦେଇ ଷ୍ଟେଜ କିଣାଯାଏ ଏବେ

ଅତୀଥି ପାଇଁ କି ଭିଡ଼

ଥାଉ କି ନ ଥାଉ ସାହିତ୍ୟ ସାଧନା

ଫେସବୁକ ରେ ଛାଡ

କେମିତି ହୋଇବ ମାତୃଭାଷା ରକ୍ଷା

ସସ୍ତାରେ ଚାହୁଁଛୁ ନାଁ

ସାହିତ୍ୟ ସାଧନା କଲେ ସୀନା ହେବ

ମହାନ ମୋ ମାଟି ଗାଁ।

ପାଠକଙ୍କ ସଂଖ୍ୟା ଜମା ଏଠି ନାହିଁ

ସବୁ ଗୋଟେ ଗୋଟେ କବି

ମାଇକି ପାଇଲେ ଜମା ଛାଡିବେନି

ଜଳିବେ ସତେକି ରବି।

ତେଲମରା ଏଠି ତେଲେଇ ତେଲେଇ

କବି ପଣେ ଗାଣା ଯାନ୍ତି

ପ୍ରମାଣ ପତ୍ର ଓ ଉତରୀ ପକାଇ

ମହା ରଥି ହୋଇଥାନ୍ତି।

ବାଃ ବାଃ ପଦେ ତାଳିମାଡ ହୁଏ

କବିତା ପାଠରେ ଭାରି

ସେ କବିତା ରେ କଛି ଥାଉ କି ନ ଥାଉ

ସେ ନିଶାରେ ହୁଅନ୍ତି ଘାରି।

ଧନ୍ୟ ହେ କବି ଧନ୍ୟ ତୁମ ନିଶା

ବିନା ସୁରାରେ କି ନିଶା

ମାନେ ଥାଉ କି ନ ଥାଉ କବିତାରେ ତୁମ

ମାଇକିରେ ଗୁଳି ଭାଷା।

ସାହିତ୍ୟ ରେ ବ୍ରତି ହୁଅନ୍ତୁ ସାଧକେ

ଭାଷାର ଯତନ କରି

ଗୁଣବତ୍ତା ରହୁ ଆମ ସାହିତ୍ୟ ର

ନ ହେଉ କେ ଆମ ସରି।

 

        ନଗେନ୍ଦ୍ର କୁମାର ରାଉତ

      ଉମରକୋଟ, ନବରଙ୍ଗପୁର

Related posts

ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଓ ମଧୁପୁର ରାସ୍ତା ମଝିରେ ଏକ ଘରୋହୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

Sunil Chandra Nayak

ଜିଲ୍ଲାପାଳ ଙ୍କ କଲମପୁର ବ୍ଳକ ଗସ୍ତ – ୪ଟି ବିଦ୍ୟାଳୟ ପରିଦର୍ଶନ କଲେ

Sunil Chandra Nayak

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

Leave a Comment

error: Content is protected !!