ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ସଜବାଜ

ସଜବାଜ

 କବିତା ସାହୁ 

 

ବରଷକ ପରେ ଆସିଛି ରଜ

ଆସ ସାଙ୍ଗସାଥି ହୋଇବା ସଜ।

ଗାଧୋଇବା ହଳଦୀ ଲଗାଇ 

ପାଦରେ ଅଳତା ପାଉଁଜି ନାଇ।

ହାତରେ ମେହେନ୍ଦୀ ଦେବା ଲଗାଇ 

ନଖ ପାଲିସି ରେ ହେବା ସଜେଇ ।

କ୍ରିମ ପାଉଡର ଟିକିଲି ନାଇ

ଟିପି ଚନ୍ଦନ ମଥାରେ ଲଗାଇ ।

ନାନା ପ୍ରକାର ମୁଣ୍ଡ କୁଣ୍ଡାଇ 

ମଲ୍ଲୀ ଗୋଲାପରେ ବେଣୀ ସଜେଇ ।

ଭଳି ଭଳି ଚୁଡି ପିନ୍ଧିବା ହାତେ 

କେଡେ ସୁନ୍ଦର ଦିଶିବ ସତେ।

ଅଳଙ୍କାର ମାନ ଜତନେ ପିନ୍ଧି 

ନୂଆ ଜାମାପଟା ଚପଲ ପିନ୍ଧି।

ତିନି ଦିନ କାମ କରିବା ନାହିଁ 

ଦିଅଁ ଦେବତାଙ୍କୁ ପୁଜିବା ନାହିଁ।

ମାଆ ବୋଉ ଆମ କରିବେ ପିଠା

ବଟା କଟା ସାରି ଦେବା ଆଜି ଠୁ।

ସଜେଇ ହବା ଲୋ କେତେ ରଙ୍ଗରେ

ଖିଲି ପାନ ଖାଇ  ନାଲି ଓଠରେ।

ପୋଡ ପିଠା ସାଥେ ରଜର ପାନ

ପିଠା ପଣାରେ ବାସେ ଭବନ। 

ଆମ୍ବ ଗଛ ଅବା ହେଉ ଡିମିରି 

ଡାଳରେ ବାନ୍ଧିବା ଦୋଳି ଆମର।

ସାଙ୍ଗ ହୋଇ ଯାଇ ବାନ୍ଧିବା ଦୋଳି 

ଖେଳିବା ସଭିଏ ଏକାଠି ମିଳି ।

ତାସ କଉଡି ପଶାପାଲି ରେ

ଲୁଡୁ ଖେଳିବା ଲୋ ଖୁସି ମନରେ ।

ରାଗ ଅଭିମାନ ମନରୁ ଭୁଲି 

ଦୋଳିରେ ଝୁଲିବା ଗୀତକୁ ବୋଲି  

ସାଙ୍ଗସାଥି ସାହି ପଡିଶାଘର 

ବୁଲି ଯିବା ଆସ ସଙ୍ଗାତ ମୋର। 

ଜୟପୁର

 

 

Related posts

ଆନ୍ତର୍ଜାତିକ ଯୋଗଦିବସ ପାଳିତ

Sunil Chandra Nayak

ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଟେମରି ଗ୍ରାମ ପଂଚାୟତଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!