ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଝରାଫୁଲ

ଝରାଫୁଲ

ବେଣୁଧର ସୂତାର

 

ମାଦକୀୟ ଛନ୍ଦ ଚାରୁରୂପସୀ ମୁଁ

ପ୍ରକୃତି ମୋ ରୂପକାର

ଭରା ଯଉବନା ଝରାଫୁଲ ମୁଁ ଯେ

ଅଧୁରା ସପନ ମୋର ।

ମୋ ରୂପ ସମ୍ପଦ ପ୍ରୀତିର ଆସ୍ପଦ

ପଦ୍ମ ତୋଳା ଗୀତିଗାନ

ପିଆସୀ ଓଠରେ ପିପାସା ମଦିରା

ପ୍ରକୃତିର ବରଦାନ ।

ମୁଁ ଯେ ଝରାଫୁଲ ଝରିବା ଆଗରୁ

ବିତରି ଯାଉଛି ବାସ

ନିଖିଳ ପ୍ରାଣରେ ଭରିଦେଇ ଥାଏ

ପ୍ରୀତିର ମାଦକ ରସ ।

ଶିହରଣ ବୁଣେ ପ୍ରାଣେପ୍ରାଣେ ମୁହିଁ

ମୁଁ ପରା ନିଖିଳ ଗନ୍ଧା

ବିଚିତ୍ର ଶିଳ୍ପୀର ଲଳିତ ଲାସ୍ୟ ମୁଁ

ପ୍ରେମର ଅଳକାନନ୍ଦା ।

ମୁଁ ଯେ ମିଳନର ପ୍ରୀତି ଉପହାର

ପ୍ରଣୟର ମଧୁନିଶା

କବି କଲମର ମୁଁ ଅମିୟ ଧାରା 

ମୁଗ୍ଧ ମଧୁର ଭାଷା ।

ଅଙ୍ଗେଅଙ୍ଗଭରେ ମୋହନ ମାଦକ

କରିନାହିଁ ପ୍ରୀତିଊଣା

ପ୍ରେମୀ ହୃଦୟେ ମୁଁ ଉଷ୍ମ ଉଷତ

ମିଳନର ମଧୁ ବୀଣା ।

ଆଜି ଫୁଟିଅଛି ମହକ ବାଣ୍ଟୁଛି

ଗାଉଛି ପ୍ରେମର ଗୀତି

କାଲିହେବ ମୋର ଜୀବନ ବଥିକା

କଣ୍ଟକ ଶେଯର ରାତି ।

ନିଃସଙ୍ଗେନିଃଶବ୍ଦେ ଧୂଳିଧରଣୀରେ

କାଲି ପଡିଥିବି ସିନା

 ଜୀବନ ସର୍ବସ୍ବ ସମର୍ପି ଦେଇଣ

ଆଜି ମୁଁହି ରଙ୍ଗ ହୀନା ।

ଭୋଗବାଦୀ ବିଶ୍ବ ବୁଝିଲାନି ଥରେ

ମୋ ଜୀବନ ପୁଣ୍ୟ ଦାନ

ଆଜି ମୁଁ ଦଳିତା ଲୁଣ୍ଠିତା ପତିତା

ନାହିଁ ତିଳେ ଅଭିମାନ ।

କେଶଦୁରାପାଳ କେନ୍ଦୁଝର

 

Related posts

ଟଙ୍କା ଠକି ନେଇ ଥିବା ଘଟଣା କୁ ଅଭିଯୋଗ କାରୀଙ୍କ ଖଣ୍ଡନ

Sunil Chandra Nayak

ମୟୂରଭଞ୍ଜ – ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ପ୍ରତିଷ୍ଠା ଉଦ୍ୟମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ସଂଘର୍ଷ

Sunil Chandra Nayak

Leave a Comment

error: Content is protected !!