ନୂଆପଡ଼ା -: ୨୬/୪- ଆଜିକାଲି ପ୍ରାୟତଃ ମନୁଷ୍ୟ ସମାଜ୍ ରେ ଦିନକୁ ଦିନ ବିବାହ ପ୍ରଲୋଭନ ଦେଖାଇ ଅନେକ ଯୁବକ ମାନେ ଯୁବତୀ ଓ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ସହିତ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଯାଉଛି। ଯାହାଫଳରେ ପୀଡିତା ମାନେ ଗାଁ ସମାଜ ଠାରୁ ଆରମ୍ଭ କରି ଥାନା ଓ ଜିଲ୍ଲା ପର୍ଯ୍ୟନ୍ତ ଘୂରିବୁଲୁଛନ୍ତି୍। ତଥାପି ସେମାନଙ୍କୁ ନ୍ଯାୟ ମିଳିପାରୁନଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏଥିରେ ଯୁବତୀ ଓ ନାଁବାଳିକା ମାନେ ବିଶେଷ କରି ଏହି ମାମଲାରେ ଛନ୍ଦି ହୋଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ତେବେ ଏଥିପାଇଁ ଦାୟୀ କିଏ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଆଜିବି ପୀଡିତା ମାନଙ୍କୁ ନ୍ଯାୟ ମିଳିବାରେ ବିଳମ୍ବ ହେଉଛି ଓ ନ୍ଯାୟ ମିଳିପାରୁନାହିଁ। ସେଥିନେଇ ବିଭିନ୍ନ ସମୟରେ ଜିଲ୍ଲା ଆରକ୍ଷୀ ନୀରକ୍ଷକ ଓ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବା ପାଇଁ ବାଧ୍ୟ ହେଉଥିବା ବିଷୟ ଜଣାପଡୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି,ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧିନରେ ଥିବା ଡଙ୍ଗରିଗୁଡା ଗ୍ରାମ ଠାରେ। ସୂଚନା ଅନୁସାରେ ଜଣାପଡିଛି ଯେ, ଡଙ୍ଗରିଗୁଡା ଗ୍ରାମର ସ୍ଥାନୀୟ ତାରାମଣୀ ମାଝୀଙ୍କ ସହ ସେହି ଗ୍ରାମର ରୂପସିଂ ମାଝୀଙ୍କ ପୁଅ ବୀରେନ୍ଦ୍ର ମାଝୀ ଗତ ୨୦୧୮ ମସିହାରୁ ବିବାହ କରିବା ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ, ଗତ ୨୦୨୦ ମସିହାରେ ତାରାମଣୀ ମାଝୀ ଗର୍ଭବତୀ ହୋଇଥିଲେ। ତାରାମଣୀ ମାଝୀ ସ୍ବାମୀ ବୀରେନ୍ଦ୍ର ମାଝୀଙ୍କୁ ଜଣାଇବାରୁ ତାରାମଣୀ ମାଝୀଙ୍କୁ ନିକଟସ୍ଥ କାଦୋବେଡା ଗ୍ରାମର କବିରାଜ ପ୍ରଫୁହ୍ଲ ନାଏକଙ୍କ ଜରୀଆରେ ଗର୍ଭ ପରୀକ୍ଷା କରାଇ ଗର୍ଭପାତ କରାଇଥିଲେ। ହେଲେ ଭଗବାନଙ୍କ ବଡ ବିଚୀତ୍ର ଯୋଗକୁ ତାରାମଣୀ ମାଝୀ ଙ୍କର ଗର୍ଭପାତ ହୋଇପାରିଲା ନାହିଁ। ତେଣୁ ତାରାମଣୀ ମାଝୀ ଙ୍କର ଗର୍ଭ ଦିନକୁ ଦିନ ବଢିବାରେ ଲାଗିଲା ଏହା ପରେ ଏକ ଶିଶୁ କନ୍ଯା ଜନ୍ମ ଦେଇଥିଲେ। କିଛି ଦିନ ପରେ ତାରାମଣୀ ମାଝୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ବାମୀ ବୀରେନ୍ଦ୍ର ମାଝୀ ଅନ୍ଯ ଏକ ଝିଅ ସହିତ ବିବାହ କରିବାକୁ ଯାଉଛନ୍ତି। ଏ ବିଷୟ ଜାଣିବା ପରେ ତାରାମଣୀ ମାଝୀ ବୀରେନ୍ଦ୍ର ମାଝୀର ମାଁଙ୍କ ସହିତ ପ୍ରଥମ ଥର ପାଇଁ ସାକ୍ଷାତ କରି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇ ବହୂର ଅଧିକାର ଭିକ୍ଷା କରିଥିଲେ । କିନ୍ତୁ ବୀରେନ୍ଦ୍ର ମାଝୀଙ୍କ ମାଁ ତାଙ୍କ ଉପରେ ଛେପ ପକାଇ ଗାଳିଗୁଲଜ କରି ଘରୁ ବାହାର କରି ଦେଇଥିବା ଘଟଣା ତାରାମଣୀ ମାଝୀ ତାଙ୍କ ଅଭିଯୋଗରେ ଦର୍ଶାଇ ଥିବା ଜଣାପଡିଛି। ଅନ୍ଯ ପକ୍ଷରେ ତାରାମଣୀ ମାଝୀ ବହୂର ଅଧିକାର ନପାଇବାରୁ ନିରାଶ ହୋଇ ଘରକୁ ଫେରିଥିଲେ, ଏହାପରେ ସମାଜରେ ଆପୋଷ ବୁଝାମଣା ପରେ ସ୍ତ୍ରୀ ଭାବରେ ବୀରେନ୍ଦ୍ର ମାଝୀ ତାରାମଣୀ ମାଝୀଙ୍କୁ ଅନ୍ଯତ୍ର ରଖିଥିଲେ। କିଛି ଦିନ ପରେ ବୀରେନ୍ଦ୍ର ମାଝୀ କେଉଁ ଆଡେ ଉଭାନ ହୋଇ ଯାଇଥିବା ବିଷୟରେ ସେ ଅଭିଯୋଗ କରିଛନ୍ତି। ତାରାମଣୀ ମାଝୀଙ୍କୁ ବୀରେନ୍ଦ୍ର ମାଝୀଙ୍କର ପରିବାର ଲୋକେ ବିଭିନ୍ନ ସମୟରେ ଯୌତୁକ ନିର୍ଯ୍ଯାତନା ଦେବା ସହିତ ଶାରୀରିକ ଓ ମାନସିକ ଚାପ ମଧ୍ୟ ଦେଉଥିଲେ ବୋଲି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଶେଷରେ ତାରାମଣୀ ମାଝୀ ପ୍ରେମରେ ହାରିବା ଓ ବହୂର ଅଧିକାର ନପାଇବାରୁ ନବ ଜନ୍ମିତ ଶିଶୁ କନ୍ଯାଙ୍କୁ ଧରି ନୂଆପଡା ଜିଲ୍ଲା ଆରକ୍ଷୀ ନୀରକ୍ଷକ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ତେବେ ଜିଲ୍ଲା ପ୍ରଶାସନ ତାରାମଣୀ ମାଝୀଙ୍କୁ ନ୍ଯାୟ ପ୍ରଦାନ କରିବା ଦିଗରେ କେତେ ତତ୍ପରତା ପ୍ରକାଶ କରୁଛନ୍ତି ଓ କେତେ ଦୂର ସକ୍ଷମ ହେଉଛନ୍ତି ଏହା ସହିତ କେବେ ବହୂର ଅଧିକାର ପାଇବେ ତାହା ଏବେ ଦେଖିବାକୁ ବାକି ରହିଲା।
ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।