ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

ରାୟଗଡା – ତା ୨୬/୦୪ ରିଖରେ ରାୟଗଡ଼ାରେ ଅନଷ୍ଠିତ ହେଇଯାଇଛି ଓଡ଼ିଶା ପ୍ରଦେଶର ପୂର୍ବତନ୍ ପ୍ରଧାନମନ୍ତ୍ରୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ।

ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଥିଲେ ଓଡ଼ିଶା ପ୍ରଦେଶର ଗଠନର ମୁଖ୍ୟ କର୍ଣ୍ଣଧାର, ମୁଖ୍ୟତଃ ଦକ୍ଷିଣ ଓଡ଼ିଶାକୁ ମାଡ୍ରାସ ପ୍ରେସିଡେନ୍ସିରୁ ଆଣି ଓଡ଼ିଶା ସହ ମିଶ୍ରଣରେ ତାଙ୍କର ଥିଲା ବରିଷ୍ଠ ଅବଦାନ। ସେ ଥିଲେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠାତା । ନିଜ ରାଜ୍ୟର ରାଜଧାନୀ ପାରଳାଖେମୁଣ୍ଡିରେ ରେଳ ସଂଯୋଗ କରିବାରେ ତାଙ୍କର ଥିଲା ବଳିଷ୍ଠ ଅବଦାନ। ତା ସହ ପରଲାଖେମୁଣ୍ଡି ଠାରେ ଓଡ଼ିଶାର ପୁରାତନ କଲେଜ ପ୍ରତିଷ୍ଠରେ ଥିଲା ତାଙ୍କ ଅବଦାନ। ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଳା ପରିଷଦ,ରାୟଗଡ଼ା ପକ୍ଷରୁ ଏହି ଜୟନ୍ତୀ ଅନୁଷ୍ଠିତ ହେଇଥିଲା। ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ୍ ପ୍ରଧାନମନ୍ତ୍ରୀ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇ ପ୍ରତିମୂର୍ତ୍ତୀରେ କରିଥିଲେ ପୁଷ୍ପମାଳ ଅର୍ପଣ। ତତ ସହ ସେ ଶ୍ରୀ ମହାରାଜ କୃଷ୍ଣଚନ୍ଦ୍ରଙ୍କ ବିସୟରେ କରିଥିଲେ ସ୍ମୃତିଚାରଣ।

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଅବସର ପ୍ରାପ୍ତ କର୍ମଚାରୀଙ୍କ ନୂତନ କର୍ମକର୍ତ୍ତା ଗଠିତ

Sunil Chandra Nayak

ସତଭାବନା ଲାକ୍ଷେଘର ସମାଜ ର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

Sunil Chandra Nayak

ଚନ୍ଦ୍ରକଳା ଦେଵୀ ଙ୍କ କବିତା କୁଆଁରୀମାନଙ୍କ ଫୁଲବଉଳବେଣୀ ଗୀତ 

Sunil Chandra Nayak

Leave a Comment

error: Content is protected !!