ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ କଳସୀ ଠାକୁରାଣୀ  ଙ୍କ ପୀଠରେ ସାତପାଲି ଗ୍ରାମ ରାଇଘର ର ଭାଦ୍ରବ ଯାତ୍ରା ଅନୁଷ୍ଠିତ       

 ରାଇଘର -:   ନବରଙ୍ଗପୁର ଜିଲା ରାଇଘର ମା କଳସୀ ଠାକୁରାଣୀ ପିଠ ରେ ମଙ୍ଗଳବାର ଭାଦ୍ରବ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ଏହି ଯାତ୍ରା ରେ ରାଇଘର ବ୍ଲକ ର ସାତପାଲି ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଥମେ ଗ୍ରାମରେ ବୁଲିଥାନ୍ତି l ଏହା ପରେ ଠାକୁରାଣୀ ପିଠ କୁ ଯାଇ ପୁଜା ଅର୍ଚନା କରିଥାନ୍ତି l  ଏହି ପୁଜା ରେ ବିଭିନ୍ନ ପ୍ରକାର ପୋକ ଯାହାକି ମଣିଷ ର କ୍ଷତି କରିଥାନ୍ତି ସେହି ପୋକ ଗୁଡିକୁ ସଂଗ୍ରହ କରି ପିଠ ନେଇ ସେଠ।ରେ ଫୁଲ ସିନ୍ଦୂର ପୁଜା କରି ନଦୀ ରେ ପକାଇ ଥାନ୍ତି l ଏହି ପରି କଲେ ଘରେ ଘରେ ହେଉଥିବା ଶଂବାଳୁଆ ସହ ଅନ୍ୟାନ୍ୟ ପୋକ, ଧାନ ବିଲ ରେ ଲାଗୁଥିବା ପୋକ ଓ ମକା ପରିବା ଚାଷ ରେ ଲାଗୁଥିବା ପୋକ ଏହି ପୁଜା ପରେ କିଛି ନଷ୍ଟ କରନ୍ତି ନାହିଁ କି ଆଉ ଦେଖା ଯାଆନ୍ତି ବୋଲି କିମ୍ବଦନ୍ତି ରହିଥିବାରୁ ବାଲୀ ତୃତିୟା ରେ ଭାଦ୍ରବ ଯାତ୍ରା କରିଥାନ୍ତି l ଏହି ଯାତ୍ରା ରେ ମା ପେଣ୍ଡାଣୀ, ମା କଳସୀ, ମା ମଉଳି ଙ୍କ ପୂଜାରୀ  ଯୋଗ ଦେଇ ପୁଜା ବିଧି କରିଥାନ୍ତି l ଏହା ପରେ ଗ୍ରାମ ମୁଖିଆ (ଗାଉଁଟିଆ) ମୁନା ରାଜପୁତ ସହ ପାତ୍ର,ମାଳୀ ଓ ନେଙ୍ଗୀ କୁଳ ସମେତ ସାତପାଲି ର ମୁଖିଆ ରହି ନୁଆଖାଇ ତାରିଖ ଧାର୍ଯ୍ୟ କରନ୍ତି l ଏହି ଯାତ୍ରା ରେ ଆସନ୍ତା ସୋମବାର ୫.୮.୨୦୨୨ ରେ ନବାନ୍ନ କରାଯିବ ବୋଲି ଘୋଷଣା ହୋଇଥିବା ଜଣାପଡିଛି l ଏହି ଯାତ୍ରା ରେ ୫୦୦ ଉର୍ଦ୍ଧ ଗ୍ରାମବାସୀ ଏକତ୍ରିତ ହୋଇଥିବା ବେଳେ ପୁଜା ଅର୍ଚନା  ପରେ ମନ୍ଦିର ରେ ଭୋଗ ଖାଈ ନିଜ ନିଜ ଘର କୁ ଯାଇଥାନ୍ତି l 

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ପର୍ଯ୍ୟଟନ ରୁ ଲୋପ ପାଇବାକୁ ବସିଛି ବ୍ରାହ୍ମଣୀ ନଦୀ ଗର୍ଭସ୍ଥ ଅନନ୍ତ ଶୟନ ମୂର୍ତ୍ତୀ

ତେରେସିଂହା: କେନାଲ ସଫା କଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!