ରାଇଘର -: ନବରଙ୍ଗପୁର ଜିଲା ରାଇଘର ମା କଳସୀ ଠାକୁରାଣୀ ପିଠ ରେ ମଙ୍ଗଳବାର ଭାଦ୍ରବ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ଏହି ଯାତ୍ରା ରେ ରାଇଘର ବ୍ଲକ ର ସାତପାଲି ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଥମେ ଗ୍ରାମରେ ବୁଲିଥାନ୍ତି l ଏହା ପରେ ଠାକୁରାଣୀ ପିଠ କୁ ଯାଇ ପୁଜା ଅର୍ଚନା କରିଥାନ୍ତି l ଏହି ପୁଜା ରେ ବିଭିନ୍ନ ପ୍ରକାର ପୋକ ଯାହାକି ମଣିଷ ର କ୍ଷତି କରିଥାନ୍ତି ସେହି ପୋକ ଗୁଡିକୁ ସଂଗ୍ରହ କରି ପିଠ ନେଇ ସେଠ।ରେ ଫୁଲ ସିନ୍ଦୂର ପୁଜା କରି ନଦୀ ରେ ପକାଇ ଥାନ୍ତି l ଏହି ପରି କଲେ ଘରେ ଘରେ ହେଉଥିବା ଶଂବାଳୁଆ ସହ ଅନ୍ୟାନ୍ୟ ପୋକ, ଧାନ ବିଲ ରେ ଲାଗୁଥିବା ପୋକ ଓ ମକା ପରିବା ଚାଷ ରେ ଲାଗୁଥିବା ପୋକ ଏହି ପୁଜା ପରେ କିଛି ନଷ୍ଟ କରନ୍ତି ନାହିଁ କି ଆଉ ଦେଖା ଯାଆନ୍ତି ବୋଲି କିମ୍ବଦନ୍ତି ରହିଥିବାରୁ ବାଲୀ ତୃତିୟା ରେ ଭାଦ୍ରବ ଯାତ୍ରା କରିଥାନ୍ତି l ଏହି ଯାତ୍ରା ରେ ମା ପେଣ୍ଡାଣୀ, ମା କଳସୀ, ମା ମଉଳି ଙ୍କ ପୂଜାରୀ ଯୋଗ ଦେଇ ପୁଜା ବିଧି କରିଥାନ୍ତି l ଏହା ପରେ ଗ୍ରାମ ମୁଖିଆ (ଗାଉଁଟିଆ) ମୁନା ରାଜପୁତ ସହ ପାତ୍ର,ମାଳୀ ଓ ନେଙ୍ଗୀ କୁଳ ସମେତ ସାତପାଲି ର ମୁଖିଆ ରହି ନୁଆଖାଇ ତାରିଖ ଧାର୍ଯ୍ୟ କରନ୍ତି l ଏହି ଯାତ୍ରା ରେ ଆସନ୍ତା ସୋମବାର ୫.୮.୨୦୨୨ ରେ ନବାନ୍ନ କରାଯିବ ବୋଲି ଘୋଷଣା ହୋଇଥିବା ଜଣାପଡିଛି l ଏହି ଯାତ୍ରା ରେ ୫୦୦ ଉର୍ଦ୍ଧ ଗ୍ରାମବାସୀ ଏକତ୍ରିତ ହୋଇଥିବା ବେଳେ ପୁଜା ଅର୍ଚନା ପରେ ମନ୍ଦିର ରେ ଭୋଗ ଖାଈ ନିଜ ନିଜ ଘର କୁ ଯାଇଥାନ୍ତି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ