ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର କଂଗ୍ରେସର ୫୨ତମ ପ୍ରତିଷ୍ଠା ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଛାତ୍ର କଂଗ୍ରେସର ବ୍ଲକ ସଭାପତି ମହେଶ୍ୱର ଗହୀରଙ୍କ ନେତୃତ୍ବରେ ୫୨ତମ ପ୍ରତିଷ୍ଠା ଦିବସ ତେରେସିଂହା ଗ୍ରାମରେ ପାଳିତ ହୋଇ ଯାଇଛି l କର୍ଲାମୁଣ୍ଡା ବ୍ଲକ କଂଗ୍ରେସର ସମ୍ପାଦକ ମଙ୍ଗଳ ମାଝୀ ସଭାପତିତ୍ବ କରିଥିଲେ l ଏଥିରେ କର୍ଲାମୁଣ୍ଡା ‘ଖ’ ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ମୁଖ୍ୟ ଅତିଥି, ବରିଷ୍ଠ କଂଗ୍ରେସ ନେତା ସନାତନ ନାଏକ, ମନୁ ରଣା, ଦାମା ଭୋଇ, ତ୍ରିଗତ ଭୋଇ, ଦୟାନିଧି ଭୋଇ, ଇନ୍ଦ୍ରମଣି ରଣା, ରାକେଶ ନାଗ ପ୍ରମୁଖ ଯୋଗଦେଇ ଥିଲେ l ଉପସ୍ଥିତ କର୍ମକର୍ତ୍ତାମାନେ ଛାତ୍ର କଂଗ୍ରେସର କାର୍ଯ୍ୟ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେବାକୁ କଂଗ୍ରେସର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚୌଧୁରୀ ପ୍ରତିଶ୍ରୁତି ଦେଇଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧାମରା ସଂଘ ତରଫରୁ ” ବର୍ଷାର ନୀଳ ନୂପୁର” ଉନ୍ମୋଚନ ଓ ଶୀତ କବିତା ଆସର

Sunil Chandra Nayak

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ବୋଲବମ୍

Sunil Chandra Nayak

Leave a Comment

error: Content is protected !!