ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟା ଘେରରେ ଗୋଲାମୁଣ୍ଡାବ୍ଲକ କେବେ ବଦଳିବ ଚିତ୍ର!

ଗୋଳାମୁଣ୍ଡା /ମସିହା/ତା ୯/୪ ଗୋଳାମୁଣ୍ଡା ବ୍ଲକ କାଗଜ କଲମରେ ବିକାଶ ହୋଇଛି । ବାସ୍ତବିକ ନୁହେଁ । ଗତ ୧୦ ବର୍ଷ ମଧ୍ୟରେ ଏହି ବ୍ଲକକୁ ବିକାଶପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ହେଲେ ଅବକାଶରେ ପରିଣତି ହୋଇଛି । ଏହି ବ୍ଲକରେ ୨୮ ଗୋଟି ପଞ୍ଚାୟତରେ ଗୋଟିଏ ଗୋଟିଏ ପଞ୍ଚାୟତରେରେ ବ୍ଲକ ତରଫରୁ ୧୫ରୁ ଉର୍ଦ୍ଧ ଚେକ ଡ୍ୟାମ ଚାଷୀଙ୍କ ହିତ ପାଇଁ ନିର୍ମାଣ କରାଯାଇଛି ହେଲେ ଗୋଟିଏ ବି ଚେକ ଡ୍ୟାମ ଚାଷୀଙ୍କ କାମରେ ଆସୁନି ଯାହା ଚାଷୀଙ୍କ ଅଭିଯୋଗ ହେଉଛି । ଯାହା ଜଣାପଡୁଛି ନିର୍ମାଣଧୀନ କାମ ଠିକାଦାର ପୋଷାନୀତିରେ ହୋଇଥିବା ଯୋଗୁଁ ତାହା ସବୁ ଭାଙ୍ଗି ଆଁ କଲାଣି । ଏହି ଚେକଡ୍ୟାମ କାହା ସ୍ୱାର୍ଥରେ କରାଯାଇ ଥିଲା, ତାହା ପ୍ରଶାସନକୁ ହିଁ ଜଣା, ଯଦି ଚାଷୀଙ୍କ ପାଇଁ କରାଯାଇଥିଲା କେତେ ଚାଷୀ ଚେକ ଡ୍ୟାମରୁ ପାଣି ପାଇ ଉପକୃତ ହେଉଛନ୍ତି ବ୍ଲକ ପ୍ରଶାସନ ସ୍ଥାନୀୟ ଚାଷୀଙ୍କୁ ଜଣାଇ ପାରିବେ କି ? ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଚେକ ଡ୍ୟାମ ନିର୍ମାଣ ହେଇଛି ୧୦୦ ପ୍ରତିଶତରୁ ୧୦ ପ୍ରତିଶତ ଚାଷୀଙ୍କ ଜମିରେ ପାଣି ମାଡୁଛି କିନ୍ତୁ ବ୍ଲକ ଜରିଆରେ ଯେତେ ବି ଚେକ ଡ୍ୟାମ ହୋଇଛି ଚାଷୀଙ୍କ ଜମିରେ ଟୋପାଏ ପାଣି ଲାଗିପାରୁନାହିଁ । ସରକାରଙ୍କ ଆସୁଥିବା କୋଟିକୋଟି ଟଙ୍କା ପାଣିରେ ଫିଙ୍ଗି ଦେବା ସଦୃଶ୍ୟ ଭଲି ଜଣା ପଡିଛି । ବିକାଶ ମୂଳକ ଭାବେ ଆସୁଥିବା ଟଙ୍କାରେ ବ୍ଲକ କର୍ମଚାରୀ ୧୮ପ୍ରତିଶତ ଲାଞ୍ଚ ଖାଉଥିବା ବେଳେ ଠିକାଦାର କଣ କରିବ। ବାଧ୍ୟ ହୋଇ ଠିକାଦାର ମାନେ ସମସ୍ତ କାମ ଉପରେ ନିମ୍ନମାନର କାମ କରି ଚାଲିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୋଳାମୁଣ୍ଡା ବ୍ଲକ ଚପରିଆ ଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ଓ ଫରଙ୍ଗ ,ମହାଳିଙ୍ଗ ,ଉଛଲା,ବୋରଡି ପ୍ରାଥମିକ ସ୍ୱାସ୍ଥ୍ୟ ଗୁଡିକ ଅଛି। ଚପରିଆ ଓ ଗୋଳାମୁଣ୍ଡା ବ୍ୟତୀତ ଅନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ମାନେ ଡାକ୍ତରଙ୍କ କାମ ଚଲାଉଛନ୍ତି। ଯଦି ବି ଡାକ୍ତର ଅଛନ୍ତି ଡେପୁଟେସନରେ ଚାଲିଯାଉଛନ୍ତି। ଯାହା ଫଳରେକି ଅଞ୍ଚଳ ବାସୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଦେଇଛି । ଡାକ୍ତର ଖାନରେ ଡାକ୍ତର ଅଭାବ ଥିବାରୁ ଲୋକେ ଖର୍ଚ୍ଚାନ୍ତ ହୋଇ ନବରଙ୍ଗପୁର,ବିଷମକଟକ,ବୁର୍ଲା ନ ହେଲେ ବିଶାଖାପାଟଣା ଯାଉ ଛନ୍ତି । ଏ ନେଇ ବାରମ୍ବାର ଦାବି ହୋଇ ଆସୁ ଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଗୋଲାମୁଣ୍ଡା ବ୍ଲକର ପଞ୍ଚାୟତ ସଂଖ୍ୟା ୨୫ରୁ ୨୮ କୁ ବୃଦ୍ଧି ପାଇଛି । କିନ୍ତୁ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ପରିବର୍ତ୍ତନ ଘଟିବ ବୋଲି ଯାହା ଆଶା କରାଯାଉଥିଲା ସେଥିରେ କିଛି ହୋଇ ପାରି ନାହିଁ । ୧୦ବର୍ଷ ଭିତରେ ଯେଉଁ ଚିତ୍ର ଗୋଲାମୁଣ୍ଡାରୁ ପ୍ରଥମେ ଲୋକ ଲୋଚନକୁ ଆସିଥିଲା ବର୍ତ୍ତମାନ ମଧ୍ୟ ଗୋଲାମୁଣ୍ଡାରୁ ଅନେକ ଗାଁରେ ସମାନ ଚିତ୍ର ରହିଛି । ସରକାରଙ୍କ ମନରେଗା ଯୋଜନା ଏଠି ସମ୍ପୂର୍ଣ ଭାବେ ବାଟବଣା ହୋଇ ଥିବା ଅଭିଯୋଗ ହେଉଛି । ଅନେକ ହିତାଧିକାରୀ ପାଖରେ ଜବକାର୍ଡ ରହିଛି ହେଲେ କାମ ନାହିଁ । ସରକାରଙ୍କ ମନରେଗା ଯୋଜନାରେ ଆସୁଥିବା ଟଙ୍କା ଧନୀ ଶ୍ରେଣୀର ଲୋକଙ୍କ ନାମରେ ଟଙ୍କା ପୈଠ କରି ଆତ୍ମସାତ କରାଯାଉଛି । ଗରିବ ଲୋକମାନେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।ଦକ୍ଷିଣ ଭାରତର ହାଇଦ୍ରାବାଦ ଓ ତେଲେଙ୍ଗାନା ରାଜ୍ୟକୁ ଗୋଲାମୁଣ୍ଡା ବ୍ଲକରୁ ଅଧିକାଂଶ ଦାଦନଙ୍କ ସୁଅ ଛୁଟୁଛି ।ଟେମରି ପଞ୍ଚାୟତ ର କୁମାରୀ ଗ୍ରାମର ବିଧବା ମହିଳା ଜ୍ଞାନ ଦୀପଙ୍କୁ ଏ ପ୍ରଯ୍ୟନ୍ତ ରାସନ ଚାଉଳ ପାଇ ପାରୁ ନାହିଁ, କେବଳ ଭତା ଖଣ୍ଡିକରେ ଜୀବନ କାଟୁଛନ୍ତି, ପୁଅ ଥିଲେ ମଧ୍ୟ ବାହାରେ ଦାଦନ ଶ୍ରମିକ ଭାବେ ରହୁଛନ୍ତି,

ଗତ ଦୁଇ ବର୍ଷର ରେକର୍ଡ ଅନୁଧ୍ୟାନ କଲେ ଉଦ୍ଧାର ଦାଦନଙ୍କ ମଧ୍ୟରୁ ୫୦ପ୍ରତିଶତ କେବଳ ଗୋଲାମୁଣ୍ଡା ବ୍ଲକର ବୋଲି ଜଣାପଡିଛି । ଯାହାକି ଏହି ବ୍ଲକର ବଡ଼ କ କେେ ବଦଳିିିି ଚିତ୍ର ଦଶନ୍ଧି ଦଶନ୍ଧି ଧରି ପାରମ୍ପରିକ ବ୍ୟବସ୍ଥାର ଭରସାରେ ଜୀବନ ବିତାଉଛନ୍ତି । ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା ।

ବିଧବା ମାଗନି ସତ ନାମୀଙ୍କ ସ୍ୱାମୀ ସିଦେ ସ୍ୱର ସତନାମୀ ମୃତ୍ୟୁ ହୋଇ ଦେଢ଼ ବର୍ଷହେଲା ଏ ପ୍ରଯ୍ୟନ୍ତ ବିଧବା ଭତା ପାଇ ନାହିଁ,

ଏହି ପାନୀୟ ଜଳ ଯୋଗାଣରେ ପ୍ରଶାସନ ଏଠି ଫେଲ ମାରିଛି । ବସୁଧା ଯୋଜନାର ପାଣିପାଇପ ନିମ୍ନମାନର ହେତୁ ପାଣି ଫାଟି ଯାଉଛି । ପାଣି ଠିକ ସେ ପାଇ ପାରୁନାହାନ୍ତି । ନଳକୂପ ଗୁଡିକ ମଧ୍ୟ ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି । ନୂତନ ନଳକୂପ ଆବଶ୍ୟକତା ଅନୁଯାଇ ଖନନ କରା ନ ଯିବାରୁ ଲୋକେ ନାଳ, ପୋଖରୀ, କୂପ ଓ ନଦୀ ପାଣି ଲୋକଙ୍କ ଭରଷା ପାଲଟିଛି । ଦୂଷିତ ପାଣି ଲୋକେ ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି । ମୁଖ୍ୟତଃ ଲୋକେ ଝାଡାବାନ୍ତି ମେଲେରିଆ,କିଡନୀ ରୋଗରେ ଆକ୍ରାନ୍ତ ହେବା ସାଧାରଣ ଘଟଣା ପାଲଟି ଗଲାଣି । ଖାଦ୍ୟ ସୁରକ୍ଷା ଯୋଜନା ଆଇନ ଲାଗୁ ହୋଇ ଥିଲେ ମଧ୍ୟ ଏହା ଗୋଲାମୁଣ୍ଡା ବ୍ଲକରେ ଠିକ ଭାବେ କାର୍ଯ୍ୟ କାରି ହୋଇ ନାହିଁ ।ବନିତା ମେହେର ଗ୍ରାମ ପଣ୍ଡକୁଳ ଙ୍କୁ ଘର ତିଆରି ପାଇଁ ନିର୍ଦ୍ଦେଶ ଦେଇଥିଲେ, ପ୍ଲିନ୍ତ ପର୍ଯ୍ୟନ୍ତ କାମ ହୋଇଛି ହେଲେ ଏକ ବର୍ଷ ହେଲା ଵିଲ ମିଳି ନାହିଁ, ବିଡିଓ ଙ୍କ ଠାରେ ଅନେକ   ଦ୍ୱାରସ୍ତ

ଅନେକ ଯୋଗ୍ୟ ବ୍ୟକ୍ତି ଚାଉଳ ସମେତ ଅନ୍ୟାନ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । କିଛି ଦିନ ତଳେ ବଡ଼ ଚେରଗାଁ ଗ୍ରାମ ପଞ୍ଚାୟତରେ ୧୦୫ ରେସନ କାର୍ଡ ଧାରୀ ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ସ୍ଵଛ ଭାରତ ମିଶନ ନ କହିବା ଭଲ,ପାଇଖାନା ତିଆରି ହୋଇଛି ହେଲେ କେଉଁଠିମଇଳା ଟାଙ୍କି ନାହିଁ ତୋ କେଉଁଠି ପାନ ବସାଇ ନାହିଁ,ଅନେକ ସ୍ଥାନରେ ଅ ସମ୍ପୂର୍ଣ୍ଣ, ଏହା ଠିକାଦାର ଓ ବିଭାଗୀୟ ଜେଇ ମାଲାମାଲ ,ବିଦ୍ୟୁତ ବିଭାଗ କ୍ଷେତ୍ରରେ ଯେ କୌଣସି ସମସ୍ୟା ଉପରେ ଟୋଲଫ୍ରି ନମ୍ବରରେ ଫୋନ କଲେ ଶୀଘ୍ର ଫୋନ ଉଠାଉ ନ ଥିବା ଅଭିଯୋଗ ହେଉଛି । ଅକସ୍ମାତ କେହି ବିଦ୍ୟୁତ ସଂସ୍ପର୍ଶରେ ଆସେ ତାହାକୁ ବଞ୍ଚାଇବା କାଠିକର ପାଠ ହୋଇଥାଏ । ଏହି ବ୍ଲକର ସରକାରୀ ବାବୁ ମାନଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ଅବହେଳିତ ବ୍ଲକର ବିକାଶ ପାଇଁ ଚିନ୍ତା କରିବା ଆବଶ୍ୟକ ବୋଲି ବୁଦ୍ଧିଜିବି ମହଲରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିଅର୍ଘ୍ୟ

Sunil Chandra Nayak

ରୁଚିକା ଆତ୍ମହତ୍ୟା ପ୍ରତିବାଦ ରେ କନ୍ଧମାଳ ଏ ବି ଭି ପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

Leave a Comment

error: Content is protected !!