ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଗାଡି ମୁହାଁମୁହିଁ ଧକ୍କା , ଜଣେ ଗୁରୁତର 

ରାଇଘର (ମ ନି ସ )୨୫/୧୦ – ନବରଙ୍ଗପୁର ଜିଲ୍ଲା ରାଇଘର -ଉମରକୋଟ ମୁଖ୍ୟ ରାସ୍ତାର ମହୁଭଟ୍ଟା ଛକରେ ଆଜି ଦୁଇ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉମରକୋଟ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି l ମଙ୍ଗଳବାର ଦିନ ୧୧ଟା ସମୟରେ କୁମୁଲି ଗ୍ରାମର ପ୍ରଭାତ ବିଶ୍ବାସ ନିଜ ପିକଅପ୍ ଗାଡି ଯୋଗେ ବ୍ୟବସାୟୀ ସାମଗ୍ରୀ ଧରି ରାଇଘର ଆସୁଥିବା ବେଳେ ବିପରୀତ ଦିଗରୁ ସୋନପୁର୍ ଡିଏନକେ ଗ୍ରାମର ସପନ ସାହାଙ୍କ ପୁଅ କିଶୋର ସାହା ନିଜ ଇକୋ ଭେନ୍ ଧରି ବନ୍ଧୁ ପଙ୍କଜ ମଣ୍ଡଳ,ଆନିମେସ ଘରାମି,ତାପସ ହାଲଦାର୍ ସହ ଉମରକୋଟ ଯାଉଥିବା ସମୟରେ ରାଇଘର- ଉମରକୋଟ ମୁଖ୍ୟ ରାସ୍ତାର ମହୁଭଟ୍ଟା – ଲାଲପାରା ମଧ୍ୟ ସ୍ଥଳରେ ଉଭୟ ଗାଡି ମଧ୍ୟରେ ଧକ୍କା ହୋଇଥିଲା l ଫଳରେ ଇକୋ ଭେନ୍ ଗାଡ଼ିରେ ବସିଥିବା କିଶୋର ଅଧିକ ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ପରେ ଖବର ପାଇ ପରିବାରବର୍ଗ ଏକ ବୁଲେରୋ ଗାଡି ଯୋଗେ ଉମରକୋଟ ମେଡିକାଲ୍ ନେଇଥିବା ଜଣାପଡ଼ିଛି l ତେବେ ଉକ୍ତ ଦୁର୍ଘଟଣା ପରେ ଇକୋ ଭେନ୍ ର ସମ୍ମୁଖ ଭାଗ ସମ୍ପୁର୍ଣ୍ ନଷ୍ଟ ହୋଇ ଯାଇଥିବା ବେଳେ ପିକ୍ ଅପ୍ ଗାଡିର ପଛ ଚକ ଫାଟି ଯାଇଥିବା ଜଣାପଡ଼ିଛି l ଖବର ପାଇ ରାଇଘର ପୋଲିସ ଏସଆଇ ମନ ରଞ୍ଜନ ବେହେରା,ଏଏସଆଇ ରବିନ୍ଦ୍ର ନାଥ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ବିଦ୍ୟାଧର ମହାନ୍ତ ଙ୍କ କବିତା ଜନନୀ

ରଞ୍ଜିତା ପତି ଙ୍କ କବିତା ରଜପାନ

Sunil Chandra Nayak

Leave a Comment

error: Content is protected !!