ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀପାବଳି ରେ  ୨ଟି ଅସହାୟ ଗରିବ ପରିବାର ଙ୍କ ମୁହଁରେ ହସ ଫୁଟାଇଲେ  ବିଏଚ୍ ଆର୍ ସି, ସମାଜସେବୀ

କାମାକ୍ଷାନଗର(ମ ନି ସ) ଦୀପାବଳି ର ପର୍ବ ରେ ଅସହାୟ ଗରିବ ପରିବାର ଙ୍କ ପାଖରେ ପହଂଚିଥିଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗଡପଳାଶୁଣୀ ଗ୍ରାମର ଅନାଥ ପିଲାଙ୍କ ଘରେ ଏବଂ ଝିଲ୍ଲୀ ପଞ୍ଚାୟତ ଅସହାୟ ବିଧବା ମହିଳା  ବାସନ୍ତି ଦେହୁରୀ ଙ୍କ ଘରେ l ପହଞ୍ଚି କୁନିପିଲା ଙ୍କ ମୁହଁରେ ହସ ଫୁଟାଇଛନ୍ତି ସମାଜ ସେବୀ ବିରଞ୍ଚି ସାହୁ । ବ୍ରହ୍ମପୁର ର ଜଣେ ବଦାନ୍ୟ ବ୍ୟକ୍ତି ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କ ନେତୃତ୍ବରେ ବି ଏଚ୍ ଆର୍ ସି ର ବ୍ଲକ ସଭାପତି ବିରଞ୍ଚି ସାହୁ ଙ୍କୁ  ପଠେଇ ଆର୍ଥିକ ସହାୟତା ରାସନ ସାମଗ୍ରୀ ସହିତ , ଆଠଜଣ ପିଲାମାନଙ୍କୁ ନୁଆ ପ୍ୟାଂଟ ସାର୍ଟ ଏବଂ ତାଙ୍କ ମା, ଜେଜେ ମା ଙ୍କୁ  ନୁଆଁ ଲୁଗା ଦେଇଛନ୍ତି , ଏବଂ ଆଗରୁ ଅନେକ ଥର ଏହି ପରିବାର କୁ ସାହାଯ୍ୟ ସହଯୋଗ କରୁଛନ୍ତି ଦୁଖବନ୍ଧୁ ବିଶ୍ୱାଳ। ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଅନାଥ ପିଲା ମାନଙ୍କୁ ଏବଂ ଅସହାୟ ବିଧବା ମହିଳା ବାସନ୍ତି ପରିବାର କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଅନ୍ତୁ ବୋଲି ,ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଅନୁରୋଧ କରିଛନ୍ତି ,ବିଏଚ୍ଆର୍ ସି ଓ ବ୍ରହ୍ମପୁର ର ସମାଜସେବୀ ଓ ଦୁଖବନ୍ଧୁ ବିଶ୍ୱାଳ ଙ୍କ ର ଏହିପରି ମହତ ସେବା କାର୍ଯ୍ୟ ଦେଖି ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!