ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

ଥୁଆମୂଳ ରାମପୁର:୧୨/୯ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଗ୍ରାମପଞ୍ଚାୟତ ଠାରେ ଆଜି ଯଥା ୧୨/୯/୨୦୨୨ ତାରିଖ ଦିନ ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଥୁଆମୂଳ ରାମପୁର ବିଡିଓଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ସରକାରୀ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ୩୦୪ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ଯଥା ଗ୍ରାମୀଣ ଆବାସ ୨୨୧ ଟି ଭତ୍ତା ୩୮,ଏମ୍ ଜିଏନ ଆର ଇଜିଏ ୧୮, ଖାଉଟି କଲ୍ଯାଣ ୧୩ ଓ ଅନ୍ଯାନ୍ଯ ୧୪ ଗୋଟି ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା ତନ୍ମଧ୍ୟରୁ ୮୨ ଟି ବିଷୟ ଉପରେ ଉକ୍ତ ଦିନ ହିଁ ସମାଧାନ କରାଯାଇଥିବା ବେଳେ ବାକି ପଡିଥିବା ଅଭିଯୋଗ ଗୁଡିକକୁ ଶିଘ୍ର ଫଇସଲା କରିବା ନେଇ ବିଡ଼ିଓ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଶିବିରରେ ବିଡିଓ, ଏବିଡିଓ ବ୍ଳକ ଅଧ୍ଯକ୍ଷ, ଜିଲ୍ଲାପରିଷ,ସମିତି ସଭ୍ଯ ବ୍ଳକ ଶିକ୍ଷାଧିକାରୀ, ସମ୍ମନ୍ବିତ ଶିଶୁ ବିକାଶ ଅଧିକାରୀ,ଏମ୍ଆଇ, ଏଇଇ, ଜେଇ,ଆରଡବ୍ଲୁ ଏସ୍ଏସ୍ ଜେଇ,ପିଇଓ, ଜିଆରଏସ୍ ଏଓ,ଏଚ୍ଓ ବିପିଓ, ଡବ୍ଳୁଇଓ, ଏପିଓ, ପିଏ ବିଏସ୍ଏସ୍ଓ ପୁଲିସ ବିଭାଗ, ସମେତ୍ ଅନ୍ଯାନ୍ଯ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବସୁମାତା ବାଣୀ

Sunil Chandra Nayak

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର 

Sunil Chandra Nayak

Leave a Comment

error: Content is protected !!