ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା କଲେଜରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କୋକସରା,୯ା୪- କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୩୧ ତାରିଖ ରୁ ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଯାପିତ ହୋଇଛି । କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଗାୟତ୍ରୀ ପଣ୍ଡା ଯୋଗଦେଇ ଥିଲେ । ଅଧ୍ୟାପକ ଭାଗିରଥି ଶଗଡିଆ କାର୍ଯ୍ୟକ୍ରମ କୁ ସଂଯୋଜନା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହିଳା ସଂଯୋଜିକା ମିସ୍ କଳ୍ପନା ଭୋଇ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ଆଲିଶା ଧଙ୍ଗଡ଼ାମାଝୀ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆତ୍ମ ସୁରକ୍ଷା ର ବିଭିନ୍ନ କୌଶଳ ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ଜିତା ମିତ୍ର ମେହେରା, ଅନିଲ ବାଗ, ଜୟରାମ ସୁନାନୀ, ମୋହନ କୁମାର ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କଲେଜ ଉପାଧ୍ୟକ୍ଷ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମ ନି ସ 

Related posts

ଶିକ୍ଷା ପ୍ରେରକ ସଂଘର ବୈଠକ

Sunil Chandra Nayak

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

Leave a Comment

error: Content is protected !!