କୋକସରା,୯ା୪- କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୩୧ ତାରିଖ ରୁ ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦ୍ଯାପିତ ହୋଇଛି । କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଗାୟତ୍ରୀ ପଣ୍ଡା ଯୋଗଦେଇ ଥିଲେ । ଅଧ୍ୟାପକ ଭାଗିରଥି ଶଗଡିଆ କାର୍ଯ୍ୟକ୍ରମ କୁ ସଂଯୋଜନା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହିଳା ସଂଯୋଜିକା ମିସ୍ କଳ୍ପନା ଭୋଇ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ଆଲିଶା ଧଙ୍ଗଡ଼ାମାଝୀ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆତ୍ମ ସୁରକ୍ଷା ର ବିଭିନ୍ନ କୌଶଳ ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ଜିତା ମିତ୍ର ମେହେରା, ଅନିଲ ବାଗ, ଜୟରାମ ସୁନାନୀ, ମୋହନ କୁମାର ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କଲେଜ ଉପାଧ୍ୟକ୍ଷ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମ ନି ସ
previous post