ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଶକ୍ତିପୀଠର ଶୁଭ ପୂଜନ ହେବ ଆସନ୍ତାକାଲି

ବାଲେଶ୍ଵର,୩୦/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ ଠାରେ ଥିବା ମା ଚଣ୍ଡୀ ଏବଂ ବରଦା ପଞ୍ଚାୟତ ବରଦା ଠାରେ ଥିବା ମା ଭଗବତୀ ଶକ୍ତିପୀଠର ହେବ ରୂପାନ୍ତକରଣ । ଏଥିପାଇଁ ଆସନ୍ତାକାଲି ଖଇରା- ସିମୁଳିଆର ମାନ୍ଯବର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ସମୟ ଧାର୍ଯ୍ୟ କରିଛନ୍ତି । ଠିକ୍ ସମୟରେ ମାନ୍ଯବର ବିଧାୟକଙ୍କ ଦ୍ବାରା ଅନୁଷ୍ଠିତ ହେବ ଶୁଭ ପୂଜନ କାର୍ଯ୍ୟ । ସେଥିପାଇଁ ଦୁଇ ଶକ୍ତିପୀଠ ହୋଇ ଉଠିଛି ଚଳଚଞ୍ଚଳ । ବିଧାୟକଙ୍କ ଦ୍ଵାରା ସମଗ୍ର ନିର୍ବାଚନ ମଣ୍ଡଳୀରେ ଗୋଟିଏ ପରେ ଗୋଟିଏ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଆଗେଇ ଚାଲିଥିବାରୁ ଜନସାଧାରଣ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ଆଗାମୀ ଦିନରେ ଖଇରା ଓ ସିମୁଳିଆର ଉନ୍ନତି ମୂଳକ କାର୍ଯ୍ୟକୁ ଆହୁରି ଆଗକୁ ଆଗେଇ ନେବାକୁ ମାନ୍ଯବର ବିଧାୟକ ମହୋଦୟଙ୍କୁ ଜନସାଧାରଣଙ୍କ ତରଫରୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିର କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି ମାନ୍ଯବର ବିଧାୟକ । ତେଣୁ ଆସନ୍ତାକାଲିର ପ୍ରତିଟି କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ମାନ୍ଯବର ବିଧାୟକ ମହୋଦୟ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Sunil Chandra Nayak

ମୁଢି ଉପରେ ବି ସରକାରଙ୍କ ନଜର….

Sunil Chandra Nayak

ଖାଇବା ତେଲ ପରେ ଏବେ ମିଳିବ ଶସ୍ତା ଚିନି

Leave a Comment

error: Content is protected !!