ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବ୍ଲକ କଂଗ୍ରେସ ର ନୂତନ କର୍ମକର୍ତ୍ତା ନିର୍ବାଚିତ

ମ.ରାମପୁର,୧୧/୦୬(ମସିହା): ମ.ରାମପୁର ବ୍ଲକ କଂଗ୍ରେସ ର ନୂତନ କମିଟି ଓ ଜିଲ୍ଲା କମିଟି ପାଇଁ ପ୍ରତିନିଧି ନିର୍ବାଚନ କରାଯିବା ପାଇଁ ଏକ ସଭା ରୁଦ୍ର ପ୍ରତାପ ସିଂ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମ.ରାମପୁର ବ୍ଲକ ର ଵିଆରଓ ଭାବରେ ରାମ କୁମାର ଜୈନ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ତଥା ନାର୍ଲ ବିଆରଓ ବିଭୂତି ଭୂଷଣ ମହାଖୁଡ ପ୍ରମୁଖ ଉପସ୍ଥିତ ରହିଥିଲେ l ବ୍ଲକ୍ କମିଟି ସଭାପତି ଭାବରେ ରୁଦ୍ର ପ୍ରତାପ ସିଂ, ଉପସଭାପତି ପଦ୍ମ ଲୋଚନ ସାହୁ ଓ ପ୍ରକାଶ ରଣା, ସାଧାରଣ ସମ୍ପାଦକ କିଶୋର କୁମାର ମହାନନ୍ଦ,ସମ୍ପାଦକ ଟୁଞ୍ଚୁ ସରାଫ, କୋଷାଧ୍ୟକ୍ଷ ବାବୁଲା ନାଏକ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ବିଦ୍ୟାଧର ହାତୀ, ଲବିର ଭୁଏ,ଜୟଦେବ ମାଝୀ, ମାଗୁଣୀ ପଧାନ,ଗଜ ମାଝୀ, ସମିରା ନାଏକ,ବରୁଣ ସାହୁ,ଜିସାୟ ସେନାପତି,ରାଜକୁମାର ପଟ୍ଟନାୟକ ଓ ଜୋନ -୧ ର ସଭାପତି ରଶ୍ମି ରଞ୍ଜନ ପ୍ରହରାଜ ଓ ଜୋନ – ୨ ର ସଭାପତି ମହିଧର ବିଶ୍ଵାଳଙ୍କୁ ସର୍ବ ସମ୍ମତିରେ ନିର୍ବାଚିତ କରାଯାଇଥିବା ବେଳେ ଜିଲ୍ଲା କମିଟିକୁ ପ୍ରତିନିଧି ଭାବରେ ବରିଷ୍ଠ ସଦସ୍ୟ ଚମରା ବଗର୍ତ୍ତି, ପ୍ରଭାକର ନାଗ, ନାରାୟଣ ପ୍ରସାଦ ଅଗ୍ରୱାଲ, ଯଶୋଦା ନାଗ,ରମନ୍ତି ମାଝୀ, ପ୍ରକାଶ ମାଝୀ, ପୁରୁଷୋତ୍ତମ ହାତୀଙ୍କୁ ନିର୍ବାଚିତ କରାଯାଇଛି l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଲାଞ୍ଜିଗଡ଼ ବ୍ଲକ… ୨୫ପଞ୍ଚାୟତରେ ସରିଲା ନାଏବ ସରପଞ୍ଚ ନିର୍ବାଚନ, କାନକୁଟ୍ରୁରେ ନୋହିଲା

Sunil Chandra Nayak

ପ୍ରତାପ କେଶରୀ ବେହେରା ଙ୍କ କବିତା ମୋ କାଳିଆ ପ୍ରେମରେ 

Sunil Chandra Nayak

ଶବରୀ ଶ୍ରମଣାର ପ୍ରଭୁଭକ୍ତି 

Sunil Chandra Nayak

Leave a Comment

error: Content is protected !!