ମ.ରାମପୁର,୧୧/୦୬(ମସିହା): ମ.ରାମପୁର ବ୍ଲକ କଂଗ୍ରେସ ର ନୂତନ କମିଟି ଓ ଜିଲ୍ଲା କମିଟି ପାଇଁ ପ୍ରତିନିଧି ନିର୍ବାଚନ କରାଯିବା ପାଇଁ ଏକ ସଭା ରୁଦ୍ର ପ୍ରତାପ ସିଂ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମ.ରାମପୁର ବ୍ଲକ ର ଵିଆରଓ ଭାବରେ ରାମ କୁମାର ଜୈନ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ତଥା ନାର୍ଲ ବିଆରଓ ବିଭୂତି ଭୂଷଣ ମହାଖୁଡ ପ୍ରମୁଖ ଉପସ୍ଥିତ ରହିଥିଲେ l ବ୍ଲକ୍ କମିଟି ସଭାପତି ଭାବରେ ରୁଦ୍ର ପ୍ରତାପ ସିଂ, ଉପସଭାପତି ପଦ୍ମ ଲୋଚନ ସାହୁ ଓ ପ୍ରକାଶ ରଣା, ସାଧାରଣ ସମ୍ପାଦକ କିଶୋର କୁମାର ମହାନନ୍ଦ,ସମ୍ପାଦକ ଟୁଞ୍ଚୁ ସରାଫ, କୋଷାଧ୍ୟକ୍ଷ ବାବୁଲା ନାଏକ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ବିଦ୍ୟାଧର ହାତୀ, ଲବିର ଭୁଏ,ଜୟଦେବ ମାଝୀ, ମାଗୁଣୀ ପଧାନ,ଗଜ ମାଝୀ, ସମିରା ନାଏକ,ବରୁଣ ସାହୁ,ଜିସାୟ ସେନାପତି,ରାଜକୁମାର ପଟ୍ଟନାୟକ ଓ ଜୋନ -୧ ର ସଭାପତି ରଶ୍ମି ରଞ୍ଜନ ପ୍ରହରାଜ ଓ ଜୋନ – ୨ ର ସଭାପତି ମହିଧର ବିଶ୍ଵାଳଙ୍କୁ ସର୍ବ ସମ୍ମତିରେ ନିର୍ବାଚିତ କରାଯାଇଥିବା ବେଳେ ଜିଲ୍ଲା କମିଟିକୁ ପ୍ରତିନିଧି ଭାବରେ ବରିଷ୍ଠ ସଦସ୍ୟ ଚମରା ବଗର୍ତ୍ତି, ପ୍ରଭାକର ନାଗ, ନାରାୟଣ ପ୍ରସାଦ ଅଗ୍ରୱାଲ, ଯଶୋଦା ନାଗ,ରମନ୍ତି ମାଝୀ, ପ୍ରକାଶ ମାଝୀ, ପୁରୁଷୋତ୍ତମ ହାତୀଙ୍କୁ ନିର୍ବାଚିତ କରାଯାଇଛି l
ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l