ମନ ଏକ ଉଡନ୍ତା ପକ୍ଷୀ
ମନ ଉଡୁଥାଏ ନିଜ ମର୍ଜ୍ଜିରେ
ନ ଥାଏ ତା’ର ଭୟ କେଉଁଥିରେ ।
କେତେ କେତେ ସ୍ୱପ୍ନରେ ଭିଜେ
ନୂଆ ନୂଆ ଆଶାକୁ ସେ ଖୋଜେ ।
ଖାଲ ଖମା ଝଡ଼ ବର୍ଷାକୁ ଡରେନି
ନା କାହାର ଆକଟକୁ ମାନେନି ।
ସେ ପରା ଅମାନିଆ ମନଟିଏ
ଲୋଭ,ମୋହ,ମାୟାରେ ବୁଡ଼ିଥାଏ ।
ସିଏ ଯୋଜନ ଯୋଜନ ଉଡୁଥାଏ
ନା ତା’ର ସୀମା ସରହଦ ଥାଏ ।
ଏଡେ ଚଞ୍ଚଳ କୁହୁକମୟ ମନଟି
ତା’କୁ ମାପିବା ଜମା ସହଜ ନୁହେଁଟି ।
ଏମିତି ଡେଇଁ ଡେଇଁ ଯାଉଥାଏ
କେତେ ଦୁଃଖ,ଆଉ ସୁଖକୁ ପାଏ ।
ତଥାପି ଲଗାମଛଡ଼ା ବେଗବାନ୍ ଗତି
ସ୍ଥିର ହୁଏ ନାହିଁ କେବେ ତା’ର ମତି ।
ଏଡ଼େ ମନେଇ ସିଏ ଚଞ୍ଚଳମୟୀ
କନ୍ କନ୍ ଛମ ଛମ ହୁଏ ସ୍ୱପ୍ନ ନେଇ ।
ତା ଗତିକୁ ଅଟକେଇ ହୁଏ ନାହିଁ
ବଡ଼ ନଟ ଖଟ ଅଝଟିଆ ଝଡ଼ ସେଇ ।
ସେଇ ମନଟି ସଭିଙ୍କୁ ବାଟ କଢାଏ
ତା ପାଇଁ ଏ ଜୀବନ ଆଗକୁ ଚାଲୁଥାଏ ।
ସଂଯୁକ୍ତା ସାହୁ
ରାହାମା , ଜଗତସିଂହପୁର


