ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

ନବରଙ୍ଗପୁର,୨୬/୧୧(ମସିହା) ଆଜି ନବରଙ୍ଗପୁର ଜିଲ୍ଲା ରେ ଏକ ନିଆରା ଶୈଳୀ ରେ ଲୋକଙ୍କ ନିକଟତର ହେବା ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି ର ଜିଲ୍ଲା ପର୍ଯ୍ୟବେକ୍ଷକ କୃତିବାସ ମୁଣ୍ଡ ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି, ନିଜ ଦଳୀୟ ସାଥୀ ଙ୍କୁ ନେଇ ସାଇକେଲ ରେ ବିଭିନ୍ନ ଅଞ୍ଚଳ କୁ ଯାଇ ଲୋକଙ୍କ ନିକଟତର ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଆମ୍ ଆଦମୀ ପାର୍ଟି ସରକାର ଥିବା ରାଜ୍ୟ ମାନଙ୍କ ରେ ୨ଶହ ୟୁନିଟି ବିଜୁଳି ମାଗଣା କରିଛି। ଛୋଟ ରୋଗ ଠାରୁ ବଡ଼ ରୋଗ ସବୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଉଛି।ମାସକୁ ୨୦ହଜାର ମାଗଣା ସ୍ୱଚ୍ଛ ପିଇବା ପାଣି ଯୋଗାଇଦେବା। ପ୍ରତି ଗ୍ରାମ ପଞ୍ଚାୟତ ମହିଳା କ୍ଲିନିକ୍ ର ସୁବିଧା ,ମହିଳା ମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା। ୧୮ବର୍ଷ ଅଧିକ ବୟସର ମହିଳାଙ୍କ ପାଇଁ ୧ହଜାର ଟଙ୍କା ଭତ୍ତା ଯୋଗାଇଦେବା।ପ୍ରତି ଗଳି କନ୍ଦି ରେ ସିସିଟିଭି ର ବ୍ୟବସ୍ଥା କରିବା। ସହିଦ୍ ଯବାନଙ୍କ ପରିବାର ପ୍ରତି ୧କୋଟି ସହାୟତା ରାଶି, ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପାଇବା, ବେରୋଜଗାର ଭତ୍ତା ଯୋଗାଇ ଦେବା । ପ୍ରତି ପିଲାମାନଙ୍କୁ ମାଗଣା ରେ ଶିକ୍ଷା ବ୍ୟବସ୍ଥା, ଏବଂ ରୋଜଗାରକ୍ଷମ କରିବା ଦିଗରେ ଆମ୍ ଆଦମୀ ପାର୍ଟି ଏକ ଉଦାହରଣ ସୃଷ୍ଟି କରିଛି ବୋଲି, ଘର ଘର ଭୁଲି ଲୋକମାନଙ୍କୁ ସଚେତନ କରିଥିଲେ।ଏହି ଅଞ୍ଚଳର ଯୁବ ସମାଜ ନେତୃତ୍ବ ନେବାକୁ ଆଗେଇ ଆସିଲେ,ନବରଙ୍ଗପୁର ଜିଲ୍ଲା ମଧ୍ୟ ପରିବର୍ତନ ହେବ ବୋଲି କହିବା ସହ ଆମ୍ ଆଦମୀ ପାର୍ଟି ଶକ୍ତି ଶାଳୀ ହେବ ବୋଲି କହିଛନ୍ତି।୨୩ବର୍ଷ ର ବିଜେଡ଼ି ଶାସନ ଭିତରେ ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ଡାଲି ଦୁର୍ନୀତି, ଇତିଶ୍ରୀ, ପରି ,ବେବିନା ହତ୍ୟା ମାମଲାରେ ବିଜେଡ଼ି ନେତା ସଂପୃକ୍ତ ଥିବା କହିବା ସହ ,ଅର୍ଚ୍ଚନା ନାଗ ମାମଲା ରେ ବିଜେଡ଼ି ବିଧାୟକ ଭାରତୀୟ ପ୍ରଶାସନିକ ଅଧିକାରୀ ସଂପୃକ୍ତ ହୋଇଥିବା କୁ ସିଧାସଳଖ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଏ ସରକାର ନିର୍ଲଜ ସରକାର ବୋଲି କଟୁ ସମାଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆବାହକ ସୁଶାନ୍ତ ପାଗଲ୍, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମତିଲାଲ୍ ହଂସ, ପୁରସ୍ତମ ପୁଜାରୀ, ଅମାନଦ ନାୟକ, ଧନେଶ୍ଵର ମାଳି,ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ,ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ଥିଲେ ଓ ଶେଷରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଯାଇ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ପନିପରିବା ମଣ୍ଡି ଖୋଲିବା ନେଇ କୃଷ୍ଣ ନାଗଙ୍କ ବଗିଚାକୁ ଉପ ଜିଲ୍ଲାପାଳ ଗ୍ରସ୍ତ

Sunil Chandra Nayak

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!