ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ବିକାଶ ନେଇ ଆଶଙ୍କାରେ ବୁଦ୍ଧିଜୀବୀ

ଜୁନାଗଡ଼,୧୦/୪୦(ନି.ପ୍ର) ଜୁନାଗଡ଼ର ବିକାଶ ନେଇ ବର୍ତମାନ ଆଶଙ୍କାରେ ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛ।ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆହ୍ଵାନ କରିିଛନ୍ତି ଦଳ ମତ ନିର୍ବିଶେଷରେ ରାଜନୀତି ରୁ ଉର୍ଦ୍ଧ ରେ ରହି ସହରକୁ ବିକାଶ ପଥେ ଆଗେଇ ନେବା ପାଇଁ।ଏପଟେ ସାରା ରାଜ୍ୟ ରେ ପୌର ନିର୍ବାଚନ ସରିଯାଇଛି l ସେହି ପରି ଜୁନାଗଡ ଏନ୍ ଏ ସି ରେ ମଧ୍ୟ ନିର୍ବାଚନ ସାରିଛି l ଏହି ଏନ୍ ଏ ସି ରେ ବିଜେପି ଅଧ୍ୟକ୍ଷ ପଦ ହାତେଇଛି ।ଏହି ଏନ୍ ଏ ସି ରେ ୧୨ ପରିଷଦ ଥିବା ବେଳେ ୧୦ ପରିଷଦ ବିଜେଡି ହାତେଇ ଥିବା ବେଳେ ମାତ୍ର ୨ ଟି ଆସନ ବିଜେପି ହାତେଇଛି l ଉପାଧ୍ୟକ୍ଷ ପଦ ବିଜେଡି ନେଇଚି l ପରିଷଦ ସଂଖ୍ୟା ଗରିଷ୍ଠତା ଥିଲେ ମଧ୍ୟ ବିରୋଧୀ ଭୂମିକା ରେ ବିଜେଡ଼ି ରହିବ ଯେହେତୁ ଅଧକ୍ଷ ପାର୍ଥି ବିଜେପି ରୁ ନିର୍ବାଚିତ ହୋଇଛନ୍ତି l ସହର ର ବିକାଶ ଲାଗୀ ପରିଷଦ ପକ୍ଷରୁ ଅନେକ୍ କାର୍ଯ୍ୟ ପlରିଷଦ ରେ ପାରିତ ହୋଇଥାଏ l ବେଜିପି ଅଧକ୍ଷ ମୁକେଶ୍ ଅଗ୍ରୱାଲ ଥିବା ବେଳେ ବିଜେଡି ର ହିମାଦ୍ରି ନାଏକ ଉପାଧ୍ୟକ୍ଷ ରହିଛନ୍ତି l ଏପରି ସ୍ଥଳେ ଯଦି ବିଜେପି ବିଜେଡି ରାଜନୀତି ରେ କାଦୁଅ ଫିଙ୍ଗା ଫିଙ୍ଗି ହୁଅନ୍ତି ତାହେଲେ ଜୁନାଗଡ ର ବିକାଶ ରେ ବାଧା ପ୍ରାପ୍ତ ହେବ ବୋଲି ବୁଦ୍ଧିଜୀବି ଆଶାଙ୍କା କରିଛନ୍ତି l ବର୍ତମାନ୍ ଜୁନାଗଡ ର ଅଭିଜ୍ଞ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ପୂର୍ବ ରୁ ସେ ସୁରୁଖୁରୁ ରେ ପରିଷଦ କୁ ଚଳାଇ ଆସିଛନ୍ତି l ସେ ଜୁନାଗଡକୁ ଉନ୍ନତି ପଥେ ନେବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ l ବର୍ତମାନ୍ ଜୁନାଗଡ ର ବିକାଶ କୁ ସ୍ତାନୀୟ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ଯେ ବିଜେଡି ର ସ୍ତାନୀୟ ବିଧାୟକ୍ ତଥା ମନ୍ତ୍ରୀ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର ଥିବା ବେଳେ ସମସ୍ତେ ମିଶି ଦଳ ମତ ନିର୍ବିଶେଷରେ ରାଜନୀତି ରୁ ଉର୍ଦ୍ଧ ରେ ରହି ଜୁନାଗଡ ସହର କୁ କିପରି ବିକାଶ ପଥେ ଆଗେଇ ନେବେ ସେନେଇ ସମସ୍ତ ଙ୍କୁ ଆହ୍ଵାନ ଦେଇଛନ୍ତି l ଏହି ପରିସ୍ଥିତିରେ ଆଗାମୀ ଦିନରେ ଯଦି ପରିଷଦ ଓ ଅଧ୍ୟକ୍ଷ ମଧ୍ୟରେ ରାଜନୈତିକ ମତ ପାର୍ଥକ୍ୟ ରହୁଛି ନା ଜୁନାଗଡ ର ବିକାଶ କୁ ମିଳିତ ଭାବେ ଆଗେଇ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଆଜାଦି କା ଅମୃତ ମହୋତ୍ସବରେ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

Sunil Chandra Nayak

ବର୍ଷା ଋତୁ ଆସିଲେ ବାଲିଛଡା ଗାଁ ଲୋକଙ୍କ ମନରେ ଘାରି ଆସେ ଚିନ୍ତା

Sunil Chandra Nayak

ମଦ ବିରୋଧ ଆନ୍ଦୋଳନ ଓ ଜନ ସଚେତନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!