ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

ରାୟଗଡା:୯/୪- ମ.ନି.ସ:- ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାୟଗଡା ଜିଲ୍ଲାର ବିକାଶ ପାଇଁ ବହୁତ କିଛି କରିବାର ଅଛି। ବିକାଶ ଠାରୁ ଦୂରରେ ଥିବା ଲୋକଙ୍କ ପାଖକୁ ଯାଅ। ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝ।କାଶିପୁର ଏକ ଅନୁନ୍ନତ ଅଞ୍ଚଳ ବିକାଶ ଠାରୁ ବହୁ ଦୂରରେ ଥିବା ଲୋକଙ୍କୁ ସମାଜର ମୂଖ୍ଯ ସ୍ରୋତରେ ସାମିଲ କରିବା ଦିଗରେ ପଦକ୍ଷେପ ନିଅ। ନବୀନ ନିବାସରେ ଏହି ପରାମର୍ଶ ଦେଇଛନ୍ତି,ନବନିର୍ବାଚିତ ଜିଲ୍ଳାପରିଷଦ ସଭାପତି ସରସ୍ୱତୀ ମାଝୀଙ୍କ ସହ ଆଲୋଚନା କରି ୫ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ତିଆନ, ଜିଲ୍ଳାପରିଷଦ ସଭାପତି କାଶିପୁର ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବାରୁ ଏ ଅଞ୍ଚଳର କୌଣସି ବି ଲୋକ ସରକାରଙ୍କର ଜନହିତକର ଯୋଜନାରୁ ଯେପରି ବଞ୍ଚିତ ନହୁଏ, ସେଦିଗରେ ପଦକ୍ଷେପ ନିଅ, ଗାଁକୁ ଗାଁ ବୁଲି ଲୋକମାନଙ୍କ ସହ ଆଲୋଚନା କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ କ୍ଷେତ୍ରରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଦିଗରେ ପଦକ୍ଷେପ ନିଅ,ରାୟଗଡା ଆସିଲେ କାଶିପୁର ପରିଦର୍ଶନରେ ଯିବେ ବୋଲି ପାଣ୍ତିଆନ୍ ଜିଲ୍ଳାପରିଷଦ ସଭାପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଳାପରିଷଦ ସଭାପତି,ଉପସଭାପତି ନିର୍ବାଚନ ଶେଷ ହେବା ପରେ ନିର୍ବାଚିତ ପ୍ରତିନିଧିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ୫ଟି ସଚିବ ପାଣ୍ତିଆନ୍ ଏପରି ପରାମର୍ଶ ଦେଇଛନ୍ତି। ଜିଲ୍ଳାପରିଷଦ ସଭାପତି ସମେତ୍ ଉପସଭାପତି ସନ୍ତୋଷ ସୁନା ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ୫ ମିନିଟର ଆଲୋଚନାରେ ପାଣ୍ତିଆନଙ୍କ ନିକଟରୁ ବହୁତ ପ୍ରେରଣା ପାଇଥିବା ସଭାପତି ସରସ୍ୱତୀ ମାଝୀ ପ୍ରକାଶ କରିଛନ୍ତି।ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

କଣ୍ଡୁରୀ ଚରଣ ନାୟକ  ଙ୍କ କବିତା ଏଇ ସାଗରର ନୀଳ ଉର୍ମି ମାଳାରେ 

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ଆତ୍ମୀୟତା

Sunil Chandra Nayak

ଧର୍ମଗଡ଼ କେନ୍ଦ୍ରାଞ୍ଚଳ କୋଶଳେଶ୍ୱର ମାଳି ସମାଜ ଖଳିଆପଲି ରେ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!