ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗୀୟ। ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ଏକ ଗୁରୁତ୍ଵ ପୂର୍ଣ୍ଣ ପ୍ରସ୍ତୁତି ବୈଠକ

 ନବରଙ୍ଗପୁର-) ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗୀୟ। ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ଏକ ଗୁରୁତ୍ଵ ପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ର ପ୍ରାୟ ସମସ୍ତ ବ୍ଲକ୍ ସଭାପତି,ପିସିସି ସଭ୍ୟ,ମଣ୍ଡଳ କଂଗ୍ରେସ ସଭ୍ୟ,ବିଭିନ୍ନ ସେଲ ସଭାପତି ସାଙ୍ଗକୁ ଦଳର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରୁ ଦଳୀୟ ଶୃଙ୍ଖଳା ର ପ୍ରତୀକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ଜିଲ୍ଲା କଂଗ୍ରେସ ଉପ ସଭାପତି ତଥା ପିସିସି ସଭ୍ୟ ଶ୍ରୀ ଦିଲ୍ଲିପ କୁମାର ବେହେରା ନବ ନିର୍ବାଚିତ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମାଲିକାର୍ଯୁନ ଖରଗେ ଓ ତାଙ୍କ ନବ ନିଯୁକ୍ତି ସମସ୍ତ ଷ୍ଟେରିଙ୍ଗ କମିଟି ସଦସ୍ୟ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କେବିକେ ଅଞ୍ଚଳ ର ବରିଷ୍ଠ ନେତା ଶ୍ରୀ ଭକ୍ତ ଚାରଣ ଦାସ ଙ୍କୁ କେନ୍ଦ୍ରୀୟ କମିଟି ସଭ୍ୟ ରୂପେ ଚୟନ ଥିବାରୁ ଦଳ ତରଫରୁ କେନ୍ଦ୍ରୀୟ କମିଟି କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା।ଉପସ୍ଥିତ ରହି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ନିଜ ଅଭିଭାଷଣ ପୂର୍ବରୁ ଉପସ୍ଥିତ ସମସ୍ତ ସଭ୍ୟ ଙ୍କ ସାଂଗଠାନିକ ମତ ଦୃଷ୍ଟି ରୁ ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ଦଳପ୍ରତୀ ଉଦାର ଓ ଦଳୀୟ ଶୃଙ୍ଖଳାରେ ହୋଇଥିବା ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସଭାପତି ନିର୍ବାଚନ।ଦଳ ସ୍ୱାର୍ଥ ନିମନ୍ତେ ଗାନ୍ଧୀ ପରିବାର ର ବଳିଦାନ ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ତ୍ୟାଗ,ଆଜି ବିରୋଧୀ ଙ୍କ ମୁହଁ ବନ୍ଦ କରି ଦେଇଛି। ସେଥି ପାଇଁ ଦଳ ତରଫରୁ ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଶ୍ରୀ ରାହୁଲ ଗାନ୍ଧି ଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି।ନବ ନିର୍ବାଚିତ ବରିଷ୍ଠ ନେତା ଶ୍ରୀ ମଲିକାର୍ଯୁନ ଖର୍ଗେ ଙ୍କ ଦଳ ପ୍ରତି ଆସ୍ଥା ଓ ବିଶ୍ୱାସ ପାଇଁ ହାତ ଟେକି ମତ ଦେବା ନିମନ୍ତେ ସଭାପତି ଶ୍ରୀ ତ୍ରିପାଠୀ କହିଥିଲେ ଏବଂ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ହାତ ଟେକି ସମର୍ଥନ ଜଣାଇଥିଲେ।ପରବର୍ତ୍ତୀ ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା। ଚଳିତ ବର୍ଷ ହେବାକୁ  ଥିବା   ସ୍ଵର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ କୋଷାଗୁମୁଡ଼ା ବ୍ଲକ୍ ସ୍ତିତ କୋଡ଼ିଙ୍ଗା ଠାରେ ପାଳନ କରିବା ପାଇଁ ସମସ୍ତ କର୍ମକର୍ତ୍ତା ମତ ପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି,ପଡୋଶୀ ଜଗଦଲପୁର ବିଧାୟକ ରେଖ ଚାନ୍ଦ ଜୈନ ପ୍ରମୁଖ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ସଭା ରେ ଉପସ୍ଥିତ ରହିବାକୁ କଥା ଦେଇଛନ୍ତି। ଦ୍ୱିତୀୟତଃ ଦଳୀୟ ସଂଗଠନ ଓ ୨୦୨୪ ନିର୍ବାଚନ କୁ ଆଖି ଆଗରେ ରଖି ସମସ୍ତ ବୁଥ ରେ ବୁଥ କମିଟି ଗଠନ ପ୍ରତି ଗୁରୁତ୍ଵ ଦେବା ପାଇଁ ଉପସ୍ଥିତ ସଭାପତି ଶ୍ରୀ ତ୍ରିପାଠୀ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ।ଉପସ୍ଥିତ କର୍ମୀ ଙ୍କ ମଧ୍ୟରେ ବରିଷ୍ଠ ନେତା ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ,ଶ୍ରୀ ବୃନ୍ଦାବନ ତ୍ରୀପାଠୀ,ଭାଗିରଥି ନାୟକ,ଶ୍ରୀ ପଦମ୍ ସାଇ ମାଳୀ,ଶ୍ରୀ ଭୀମ ପାଣିଗ୍ରାହୀ,ଶ୍ରୀ ଦିଲ୍ଲିପ ପ୍ରଧାନ,ଶ୍ରୀ ପ୍ରହ୍ଲାଦ ହିଆଲ,ଶ୍ରୀ ଅବଦୁଲ୍ ଫିରୋଜ,ଶ୍ରୀ ସାନରାଜ୍ ଗଣ୍ଡ,ଶ୍ରୀ ଦିବାକର ପୂଜାରୀ,ଶ୍ରୀ ପ୍ରଦୀପ ସାହୁ ଶ୍ରୀ ଟୁଲୁ ସାହୁ ଶ୍ରୀ ସଞ୍ଜୀବ ବିଶୋଇ ଶ୍ରୀ ରୁନା ଦାସ ଶ୍ରୀ ରାଜୁ ବାବୁ ଶ୍ରୀମତୀ ମାନିସା ତ୍ରିପାଠୀ ଶ୍ରୀମତୀ ହାରାବତୀ ଗୋଣ୍ଡ,ଜିଲ୍ଲା ପରିଷଦ ସଭ୍ୟ। ଡକ୍ଟର ଲିପିକା ମାଝୀ ଶ୍ରୀ ମୁନା ପାଢ଼ୀ ଶ୍ରୀ ବଳରାମ ସ୍ୱାଇଁ ଶ୍ରୀ ଏସ ବିଜୟ ଶ୍ରୀ ସୁରେନ୍ଦ୍ର ନାୟକ ଶ୍ରୀ ଅର୍ଜ୍ଜୁନ ସମାରଥ ଶ୍ରିଘନ ମାଝୀ ଶ୍ରୀ ପଦ୍ମନ ବିଶୋଇ ଶ୍ରୀ ବାବୁଲି ବାଘ ଶ୍ରୀ ଚିଦାନନ୍ଦ ସାହୁ ଶ୍ରୀ ସୁରଜ୍ ଲାଲ ଶ୍ରୀ ପବିତ୍ର ହରିଜନ ପ୍ରମୁଖ। ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି କୁ ସଫଳ କରିବା ରେ ସହାୟତା ପ୍ରଦାନ କରିବା କୁ ମତ ଦେଇ ସଭା ଭଙ୍ଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!