ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା,ଶିକ୍ଷକ ଓ ସମାଜର ମୂଲ୍ୟବୋଧ ଆଲୋଚନା ଚକ୍ର

ନୂଆପଡା ଜିଲ୍ଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତାଙ୍କ ଅଧ୍ୟକ୍ଷତାରେ କଳାହାଣ୍ତି ବିକାଶ ପରିଷଦ ତରଫରୁ “ଶିକ୍ଷା,ଶିକ୍ଷକ ଓ ସମାଜର ମୂଲ୍ୟବୋଧ”ସଂପର୍କରେ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଆଲୋଚନାଚକ୍ରରେ କଳାହାଣ୍ତି ବିକାଶ ପରିଷଦର ଅଧ୍ୟକ୍ଷା ଡ.ସୁନୀତି ମୁଣ୍ତ ବିଷୟ ବସ୍ତୁ ସଂପର୍କୀୟ ଉଦ୍ଦେଶ୍ୟଜ୍ଞାପନ ପୂର୍ବକ ଆଲୋଚନା ରଖି ଥିଲେ । ମୁଖ୍ୟବକ୍ତା ଭାବରେ ବିହାର ପ୍ରଦେଶର ଭାରତୀୟ ଶିକ୍ଷଣ ମଣ୍ତଳର ବିସ୍ତାରକ (ଓଡିଶା) ଶ୍ରୀଯୁକ୍ତ ରାଜୀବ ନୟନ ଓଝା ବିଷଦ ଭାବରେ ବେଦାନ୍ତ ଶିକ୍ଷାର ମୂଲ୍ୟବୋଧ ,ଆବଶ୍ୟକତା ଆଧୁନିକ ଶିକ୍ଷା ନିମନ୍ତେ ଜରୁରୀ ବୋଲି ମତପ୍ରକାଶ କରି ଥିଲେ । ଅନ୍ୟ ଅତିଥି ଦ୍ବୟ ଯଥା ଶ୍ରୀ ସାଗର ମଲ୍ଲିକ ଓ ଶ୍ରୀ ସ୍ବରାଜ ରାଉତ ବିଷୟ ଭିତ୍ତିକ ମତବ୍ୟକ୍ତ କରି ଥିଲେ । ଉକ୍ତ ଆଲୋଚନାଚକ୍ରରେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ମୀନା ଗୁଜୁରାତି,ଅଧ୍ୟାପିକା ସୁରଭି ପ୍ରଧାନ,ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଈ ସମେତ ଅନେକ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା ପରିଚାଳନା କରି ଥିବା ବେଳେ ଅଧ୍ୟାପକ ଡ.ରଣବୀର ସିଂହ ଧନ୍ୟବାଦ ଅର୍ପଣ କରି ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର)ଙ୍କ ଆଠଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଚନ୍ଦ୍ରକଳାଦେବୀ ଙ୍କ କବିତା ଦର୍ପଣ

Sunil Chandra Nayak

Leave a Comment

error: Content is protected !!