ନୂଆପଡା ଜିଲ୍ଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତାଙ୍କ ଅଧ୍ୟକ୍ଷତାରେ କଳାହାଣ୍ତି ବିକାଶ ପରିଷଦ ତରଫରୁ “ଶିକ୍ଷା,ଶିକ୍ଷକ ଓ ସମାଜର ମୂଲ୍ୟବୋଧ”ସଂପର୍କରେ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଆଲୋଚନାଚକ୍ରରେ କଳାହାଣ୍ତି ବିକାଶ ପରିଷଦର ଅଧ୍ୟକ୍ଷା ଡ.ସୁନୀତି ମୁଣ୍ତ ବିଷୟ ବସ୍ତୁ ସଂପର୍କୀୟ ଉଦ୍ଦେଶ୍ୟଜ୍ଞାପନ ପୂର୍ବକ ଆଲୋଚନା ରଖି ଥିଲେ । ମୁଖ୍ୟବକ୍ତା ଭାବରେ ବିହାର ପ୍ରଦେଶର ଭାରତୀୟ ଶିକ୍ଷଣ ମଣ୍ତଳର ବିସ୍ତାରକ (ଓଡିଶା) ଶ୍ରୀଯୁକ୍ତ ରାଜୀବ ନୟନ ଓଝା ବିଷଦ ଭାବରେ ବେଦାନ୍ତ ଶିକ୍ଷାର ମୂଲ୍ୟବୋଧ ,ଆବଶ୍ୟକତା ଆଧୁନିକ ଶିକ୍ଷା ନିମନ୍ତେ ଜରୁରୀ ବୋଲି ମତପ୍ରକାଶ କରି ଥିଲେ । ଅନ୍ୟ ଅତିଥି ଦ୍ବୟ ଯଥା ଶ୍ରୀ ସାଗର ମଲ୍ଲିକ ଓ ଶ୍ରୀ ସ୍ବରାଜ ରାଉତ ବିଷୟ ଭିତ୍ତିକ ମତବ୍ୟକ୍ତ କରି ଥିଲେ । ଉକ୍ତ ଆଲୋଚନାଚକ୍ରରେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ମୀନା ଗୁଜୁରାତି,ଅଧ୍ୟାପିକା ସୁରଭି ପ୍ରଧାନ,ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଈ ସମେତ ଅନେକ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା ପରିଚାଳନା କରି ଥିବା ବେଳେ ଅଧ୍ୟାପକ ଡ.ରଣବୀର ସିଂହ ଧନ୍ୟବାଦ ଅର୍ପଣ କରି ଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ