ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି,26/10,ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକର 18 ଟି କ୍ଲଷ୍ଟର ଅଧୀନ ରେ ଥିବା ବିଭିନ୍ନ ବିଦ୍ୟାଳୟ ର ଅଷ୍ଟମ, ନବମ, ଦଶମଶ୍ରେଣୀ ର 56 ଟି ଛାତ୍ରୀଛାତ୍ର ଭାଗ ନେଇଥିଲେ | ସମସ୍ତ 17 ଟି ବିଭାଗ ର ପ୍ରତିଯୋଗୀତା ର ପ୍ରଥମ ସ୍ଥାନ ଅଧିକାରୀ କରିଥିବା 17 ଜଣ ଛାତ୍ରୀଛାତ୍ର ଆଗାମୀ ନଭେମ୍ବର 4 ତାରିଖ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗ ଦେବେ | ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିରୂପେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ଜୋନ -2 ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ମଇଦଳପୁର ସରପଞ୍ଚ ଚନ୍ଦ୍ରଦ୍ଵଜ ମାଝୀ, ଏଡିଓ ରେଶମଲାଲ ନାୟକ, ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ବିଷୋୟୀ, ଏବିଓ ବାଲକଦାସ ରନ୍ଧାରୀ, ଏବିଓ ପୁର୍ଣଚନ୍ଦ୍ର ପୂଜାରୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଛାତ୍ରଛାତ୍ରୀ ଙ୍କ ଲୁକାୟତ ପ୍ରତିଭାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, କୁଇଜ, ଚିତ୍ରାଙ୍କନ,ବକୃତା, ଓଡ଼ିଆ ହସ୍ତାକ୍ଷର,ସୁଜନ ଲିଖନ, ଚିତ୍ରକଳା,ସଂଗୀତ, ନୃତ୍ୟ ପରିବେଷଣ ହୋଇଥିଲା | ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ସୁଦାମ ସେଠି କରିଥିଲେ | 18 ଟି କ୍ଲଷ୍ଟରର ସିଆରସିସି ଓ ଶିକ୍ଷୟତ୍ରୀଶିକ୍ଷକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୨ ପାଳିତ  

Sunil Chandra Nayak

ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!