ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ କାମୁଡାରେ ଜଣେ ଗୁରୁତର

ପାପଡାହାଣ୍ଡି,26/10, ମନିସ ——-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଟେଡୁଗୁଡା ଗ୍ରାମର ବନମାଳୀ ମାଝୀ (42)ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି | ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି କରାଯାଇଛି | ବନମାଳୀ ମଙ୍ଗଳବାର ସନ୍ଧ୍ୟା 5ଘଣ୍ଟା ସମୟରେ ଗାଁ ପାଖ ଜଙ୍ଗଲ ରେ ଥିବା ନିଜ ଚାଷ କରିଥିବା ବାଡ଼ ଦେଖିବାକୁ ଯାଇଥିବା ସମୟରେ ଭାଲୁ ଟି ପଛ ପଟୁ ଆସି ପ୍ରଥମେ ବେକ କୁ ଏବଂ ପରେ ପଛପଟ ଅଣ୍ଟା ରେ ଆଘାତ କରିଥିଲା ବନମାଳି ଉପସ୍ଥିତ ବୁଦ୍ଧି ଖଟାଇ ପାଖରେ ଥିବା ଏକ ବାଡ଼ି ସାହାଯ୍ୟ ରେ ଭାଲୁ କୁ ଆକ୍ରମଣ କରିଥିଲା ପରେ ଭାଲୁ ଟି ଜଙ୍ଗଲ ଭିତରେ ପଳାଇଥିଲା | ରକ୍ତାତ ଅବସ୍ଥା ରେ ସେ ତାଙ୍କ ଭାଇ କୁ ଫୋନ କରିଡାକିଥିଲେ ତାଙ୍କ ଭାଇ ଘଟଣା ସ୍ଥଳରେ ଆସି ବନମାଳି କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ, ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କବିତା – ଖରା

Sunil Chandra Nayak

ରାଇଘର ମଦ,ସଟ୍ଟା ଓ ଖୁଡୁଖୁଡି ଜୁଆରେ ସାମିଲ୍ ଯୁବପିଢି 

Sunil Chandra Nayak

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!