ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ପରଜଙ୍ଗ ବିଜେପି ପକ୍ଷରୁ ଆଜି ଏକ ସୁଦୀର୍ଘ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ପଦ ଯାତ୍ରା ପରଜଙ୍ଗ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଦୀର୍ଘ ୩ କିମି ଅତିକ୍ରମା କରି ଜହ୍ନପଡା ସ୍ଥିତ ସହିଦ ବୀର ବେନୁ ସ୍ମୁତି ପୀଠ ଠାରେ ପହଂଚି ଥିଲା | ଏହି ପଦଯାତ୍ରା ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଯୁବମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ, ବ୍ଲକ ଅଧକ୍ଷା, ଉପଦକ୍ଷ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ |ତେବେ ୧୫୦ମିଟର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ଯୁବମୋର୍ଚା ସଦସ୍ୟ ଏହି ପଦଯାତ୍ରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |ଏହା ସହ ଯିବା ରାସ୍ତାରେ ପରଜଙ୍ଗ ବଜାର ସ୍ଥିତ ବୀର ସୁବାହୁ ସିଂ ଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜହ୍ନପଡା ସ୍ଥିତ ବୀର ବେନୁ ସ୍ମୃତି ପୀଠ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ