ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ପରଜଙ୍ଗ ବିଜେପି ପକ୍ଷରୁ ଆଜି ଏକ ସୁଦୀର୍ଘ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ପଦ ଯାତ୍ରା ପରଜଙ୍ଗ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଦୀର୍ଘ ୩ କିମି ଅତିକ୍ରମା କରି ଜହ୍ନପଡା ସ୍ଥିତ ସହିଦ ବୀର ବେନୁ ସ୍ମୁତି ପୀଠ ଠାରେ ପହଂଚି ଥିଲା | ଏହି ପଦଯାତ୍ରା ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଯୁବମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ, ବ୍ଲକ ଅଧକ୍ଷା, ଉପଦକ୍ଷ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ |ତେବେ ୧୫୦ମିଟର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ଯୁବମୋର୍ଚା ସଦସ୍ୟ ଏହି ପଦଯାତ୍ରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |ଏହା ସହ ଯିବା ରାସ୍ତାରେ ପରଜଙ୍ଗ ବଜାର ସ୍ଥିତ ବୀର ସୁବାହୁ ସିଂ ଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜହ୍ନପଡା ସ୍ଥିତ ବୀର ବେନୁ ସ୍ମୃତି ପୀଠ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ନୂଆ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍‌ରେ ୭୫୦ ଟଙ୍କା ବୃଦ୍ଧି

Sunil Chandra Nayak

ମୟୂରଭଞ୍ଜ – ପୁରୁଣାପାଣି ପଡିଆରେ କୁଡୁମି ସେନାର ୧୦ ମ ପ୍ରତିଷ୍ଠା ଦିବସରେ ବିହାର ରାଜ୍ୟର ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଯୋଗଦାନ

ଜୀ ସାର୍ଥକରେ ‘ସାରେଗାମାପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି..

Sunil Chandra Nayak

Leave a Comment

error: Content is protected !!