ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭିନ୍ନ ଏକ ରଜ

ଭିନ୍ନ ଏକ ରଜ

ଉପେନ୍ଦ୍ର କୁମାର ବସ୍ତିଆ

 

ଦିନଥିଲା ଅତି ସରାଗରେ 

ରଜପରବରେ କଥାକହୁଥିଲା 

ଆକାଶ, ଭେଳା ଭେଳା ବାଦଲରେ 

ଆହ୍ଲାଦିତ ଆବାଦରେ ଚମକୁ 

ଥିଲା ରୋଷଣୀ ମନ ଖୋଲା 

ପ୍ରେମାଙ୍ଗନ,ଭାସମାନ ଦୋଳି 

ଖେଳ ଆଜି ମନରୁ ମରିତ 

ଗଲାଣି ।ବନସ୍ତ ନାହିଁ ଆଉ 

ଗଜ ବା ଡାକିବ କାହୁଁ ଘଡି 

ଘଡିକେ ସବୁଜିମା ହରାଏ 

ବସୁମତୀ,ଫୁଲ ବଉଳବେଣୀର

ମାଦକତା ନାହିଁ କଂକ୍ରିଟର ସବୁଠି 

ରାଜୁତି ।ଭିନ୍ନ ଏକ ରଜ ମୁଣ୍ଡ 

ଟେକିଲାଣି ଓଡ଼ିଆ ଘରର 

କୁଆଁରୀ ଝିଅଟି ନାଚ ଗୀତ 

ଦୋଳିଖେଳ ଛାଡ଼ି ଟିଭି ସିରିଅଲେ

ମଜି ଗଲାଣି ।ଗାଆଁ ଦେବାଦେବୀ 

ମନ୍ଦିର ସାତପର ହେଲାଣି ।

ଦଳ ଦଳ ହୋଇ ବୁଲିବାକୁ 

ଦୋଳିଖେଳ ଖେଳିବାକୁମନରୁ 

ସରାଗ ମରି ଗଲାଣି ।ଓଡ଼ିଆ 

ଘରର ସୁଆଦିଆ ଖାଦ୍ୟ,ପିଠା 

ପଣା ଭୋଗ ରାଗ ଚୂଲିକି 

ଯିବାକୁ ବସିଲାଣି ।ବିଦେଶୀ 

ଖାଦ୍ୟ ଆଉ ପରିଧାନେ ସଭିଁଏ

ଆଜି ହଜିଲେଣି ।ଭିନ୍ନ ଏକ ରଜ 

ମୁଣ୍ଡ ଟେକିଲାଣି । 

ରାଉରକେଲା

 

Related posts

masiha

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!