ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ରଜ

ରଜ

ରଜ
ସେଦିନ ବି ଥିଲା
ଆଜି ବି ଅଛି
କିନ୍ତୁ ନାହିଁ
କେବଳ ସେଦିନର
ତୁମ ହରସ
ତୁମ ଆବେଗ
ତୁମ ଭାବ
ତୁମ ପ୍ରୀତିସ୍ପର୍ଦ୍ଧା ଚାହାଣୀ ।

ସେଦିନ ତୁମେ ଥିଲ ଆଉ ମୁଁ ବି ଥିଲି
ଗରମ ଆଉ ଗୁଳି ଗୁଳିକୁ ଖାତିର ନକରି
ସବୁ କଟକଣାକୁ ପଛରେ ପକାଇ
ଧାଇଁ ଆସିଥିଲ ମୋ ପାଖକୁ
ଆଉ
ରଜ ଦୋଳିର ତାଳେ ତାଳେ
ବାଣ୍ଟି ଥିଲେ ଆମେ ଆମ ଭିତରେ
ଆମର ହସ,ଖୁସି,ସ୍ମୃତି ଆଉ ପ୍ରୀତି ।।

ଆଜି ତୁମେ ଅଛ ଆଉ ମୁଁ ବି ଅଛି
ସେହି ରଜ ବି ଆସିଛି
କିନ୍ତୁ ଆମ ଭିତର ଦୂରତା ଆଜି
ଅନେକ ବାଟ ଲମ୍ବି ଯାଇଛି,
ତୁମ ସ୍ୱାର୍ଥର ଦଉଡ଼ି
ପ୍ରତାରଣାର ରଞ୍ଜନ ରଶ୍ମିରେ
ଜଳି ଯାଇ ଛିଣ୍ଡି ଯାଇଛି,
ଆଉ ଆମ ସଂପର୍କର ରଜ ଦୋଳି
ଝୁଲିବା ପାଇଁ ସଂଗ୍ରାମ କରୁଛି ।।

ରଜର ଅନେକ ଅନେକ ଶୁଭେଚ୍ଛା … 

 

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର
 

Related posts

ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ : ୪-ଜି ତୁଳନାରେ ୧୦ଗୁଣା ଅଧିକ ଗତିରେ ଚାଲିବ ଇଣ୍ଟରନେଟ୍

Sunil Chandra Nayak

ନୂଆପଡା ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭା

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

Sunil Chandra Nayak

Leave a Comment

error: Content is protected !!