ସ୍ନାନ ବେଦୀ
ତୁମେ, ଆସନି ଆସନି ପ୍ରଭୁ
ସ୍ନାନ ବେଦୀକୁ
ସ୍ନାନ କରି ଯାଅ ନାହିଁ
ଅଣସରକୁ (1)
ନଦେଖିଣ ଚର୍ମ ନେତ୍ର
ତୋ ରୂପ କଳା ସାଆନ୍ତ
ଭୋଗିଲେ ଭୋଗିବି ପଛେ
ଯମ ଦଣ୍ଡକୁ (2)
ବିଶ୍ୱ ବାସୀ ଦେଖି ତାତି
ହେ ବିଶ୍ଵବ୍ରହ୍ମାଣ୍ଡ ପତି
ନିଅ ନାହିଁ ଉତ୍ତାପତ
ନିଜ ଦେହକୁ (3)
ତବୋୖଷଧି ତିଳ ତେଲ
ବୃକ୍ଷ ଲତା ଚେର ମୂଳ
ଆୟୁର୍ବେଦ ରହିଲାଣି
ବହୁ ପଛକୁ (4)
କାଞ୍ଚି ରାଜ ଭକ୍ତ ଭଟ୍ଟ
ଗଜାନନେ ନାହୁଁ ଭେଟ
ଫେରିଲେ ସେ ଫେରି ଯାଉ
ତାଙ୍କ ରାଜ୍ୟକୁ (5)
ବନ ଭୂମି ଗଜ ରାଜ
ହେଜି ଲାଗୁ ଅଛି ଲାଜ
ଲୋଭି ନର ନାଶିଲାଣି
ତାର ବଂଶକୁ (6)