ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

ଡାବୁଗାଁ, ୨୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଟୁଟିଗୁଡା ଗ୍ରାମରେ ବୁଧବାର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଅଧୀନ ଟୁଟିଗୁଡା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୧ ଘ. ସମୟରେ ସନବାରି ଭତ୍ରା (୫୮) ନିଜ ଘରେ ମଧ୍ୟାନ୍ନ ଭୋଜନ ଖାଇ ସାରି ନିଜ ଧାନ ଜମିକୁ ଯାଇଥିଲେ | ଉକ୍ତ ଧାନ ଜମିହିଡରେ ଯାଉଥିବା ବେଳେ ଏକ ସାପ କାମୁଡି ଦେଇଥିଲା | ସାପ କାମୁଡିବାରୁ ସନବାରି ଚିତ୍କାର କରିବାରୁ ଧାନ ଜମି ପାଖରେ ଥିବା ମକା ଜମିରେ ତାଙ୍କ ପୁଅ ଆସି ପହଞ୍ଚିଥିଲେ | ଏହା ପରେ ସନବାରିଙ୍କୁ ଘରକୁ ନେଇଥିଲେ | ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ପୁଅ ସୁକୁମନ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଘଟଣାସ୍ଥଳରେ ଆଇଆଇସି ପ୍ରମୋଦ କୁମାର ନାୟକ ଓ ଏଏସଆଇ ଶିଶିରକାନ୍ତି ଘୋଷ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାସ୍ତା କଡରେ ଆତ ପସରା, ବେପାରୀ ପାଇଁ ଅପେକ୍ଷା

Sunil Chandra Nayak

ଅବକାରୀ ବିଭାଗ ର ଦୁଇଟି ସ୍ଥାନରେ ଚଢ଼ାଉ , ବ୍ୟାପକ ମାତ୍ରାରେ ପୋଚ ଓ ମଦ ରନ୍ଧା ସାମଗ୍ରୀ ନଷ୍ଟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!