ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

ନର୍ଲା (ମସିହା) ନର୍ଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପ୍ରାରୋଡ(ବଲବସପୁର) ଠାରେ ବିଦ୍ୟାଳୟର ପରିଚାଳନା କ୍ଷେତ୍ରରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢୁଛି। ଏହି ବିଦ୍ୟାଳୟରେ ମୋଟ ୨୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଠ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ତେବେ ଗତ ଶନିବାର ଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିଳମ୍ବକୁ ନେଇ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି। ଏପରି କି ଏଠାକାର ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖାପ ଖୁଆଇ ଚଳୁ ନ ଥିବା ଅଭିଯୋଗ ହେଉଛି। ଯାହା ଫଳରେ ଗତ ଶନିବାର ସକାଳୁ ବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ ଆଠ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ ମାତ୍ର ୩ ଜଣ ଶିକ୍ଷକ ଯଥା ସମୟରେ ବିଦ୍ୟାଳୟକୁ ଆସିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ସକାଳ ୭ ଟା ୩୦ ମି ଯାଏଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅପେକ୍ଷା କରିଥିଲେ ଓ ପରେ ନର୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇବାକୁ କହିବାରୁ ଅତିରିକ୍ତ ଏବିଇଓ ଗୋବର୍ଦ୍ଧନ ମାଝୀ ବିଦ୍ୟାଳୟକୁ ପହଞ୍ଚି ବୁଝାସୁଝା କରିଥିଲେ। ଏଠାରେ ଶିକ୍ଷା ଅଧିକାରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ଆସିବାର ବିଳମ୍ବ କାରଣ ପଚାରିବାରୁ ପ୍ରଧାନ ଶିକ୍ଷକ ଓଲଟା କେଉଁ ବିଦ୍ୟାଳୟ ସକାଳ ୭ ଟାରେ ଆରମ୍ଭ ହୋଉଛି ବୋଲି ଉତ୍ତର ରଖିଥିଲେ। ଏହି ବିଦ୍ୟାଳୟରେ ଶିଶୁଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବାର ମଧ୍ୟ ଅଭିଯୋଗ ହେଉଛି। ଶିଶୁ ମାନେ ଦ୍ଵିତୀୟ ଥର ଭାତ ମାଗିଲେ ଭାତ ନାହିଁର ଉତ୍ତର ସହ ଭୋକରେ ରହୁଥିବା ଅଭିଯୋଗ ହୁଏ। ପାଚିକା ମାନେ ଭାତ,ଡାଳି ବଳକା ରଖି ଘରକୁ ନେଉ ଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୋଜନ ସମୟରେ ତଦାରଖ କରୁ ନାହାନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଗତ ବର୍ଷ ନିର୍ବାଚନ ସମୟରେ ଶିକ୍ଷକମାନଙ୍କୁ କେଉଁ ସ୍ଵାର୍ଥରେ ଅନ୍ୟତ୍ର ବଦଳି କରାଗଲା ପୁଣି ରୁପ୍ରାରୋଡ ବିଦ୍ୟାଳୟରୁ ଗୋଟିଏ ଶିକ୍ଷକ ବଦଳରେ ତିନି ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ଯୋଗୁଁ ଶିକ୍ଷା ଅଧିକାରୀମାନେ ଶିକ୍ଷକ ମାନଙ୍କ ଠାରୁ କିଛି ହାତଗୁଞା ନେଇ ବଦଳି କରିଥିବା ଅଭିଯୋଗ ମଧ୍ୟ ବୁଦ୍ଧିଜୀବୀ ମାନେ ଉଠାଇଛନ୍ତି। ଏଠାରେ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି ହେଉଛି।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!