ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

ଧର୍ମଗଡ:୨୬/୧୦/୨୨:  ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ଙ୍କ ସୌଜନ୍ୟ ରେ କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆଜି ଆରମ୍ଭ ହୋଇଛି । ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ, ଜାମି ସୂର୍ଯ୍ୟ ରାଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳା କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଉଦ୍ୟାନ ନିର୍ଦ୍ଦେଶକ ଟଙ୍କଧର କାଲୋ, ଗୋଷ୍ଠି କୃଷି ଅଧିକାରୀ ଧର୍ମଗଡ, ସହକାରୀ କୃଷି ଅଧିକାରୀ ଜୁନାଗଡ଼, ଓ ଧର୍ମଗଡ ପ୍ରମୁଖ ଉପସ୍ଥିତ ରହି କୃଷି ଓ କୃଷକ ଙ୍କ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା, ସରକାରୀ ସହାୟତା ଓ ଏହାର ସଫଳ ରୂପାୟନ ସମ୍ପର୍କ ରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଧର୍ମଗଡ କୃଷି ଜିଲ୍ଲା ଅଧିନସ୍ଥ କୋକସରା, ଗୋଲାମୁଣ୍ଡା ଓ ଧର୍ମଗଡ ବ୍ଲକ ର ଶତାଧିକ ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥି ଓ ଗ୍ରାମ୍ୟ ଏଟିଏମ୍ ମାନେ ଏହି କର୍ମଶାଳା ରେ ଯୋଗ ଦେଇ ଥିଲେ ।

ଧର୍ମଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଚୁରୁଚୁଣ୍ଡା ରେ ପାଳନ ହୁଏ ବାସି  ଦଶହରା 

Sunil Chandra Nayak

ମା ଦକ୍ଷିଣ କାଲି କ୍ରିକେଟ କପ ଉଦଯାପିତ

Sunil Chandra Nayak

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!