ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ମ.ନି. ସ.) ଡା. ୧୭.୦୯.୨୦୨୨ – ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୯ ତାରିଖରୁ ଆରମ୍ଭ କରାଯାଇ ୧୯ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ଅଧ୍ୟକ ସରସ ସୁନ୍ଦର କରି ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି ।ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତ ଜନସାଧାରଣ ସହଯୋଗ କରି ଢେଙ୍କାନାଳର ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁବାକୁ ସେ କହିଛନ୍ତି । ଶିଶୁ, ବୃଦ୍ଧ ଏବଂ ହୃଦରୋଗୀମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖ୍ ଭସାଣି ଉତ୍ସବ ସମୟରେ ଡିଜେ ସାଉଣ୍ଡ ବ୍ୟବହାର ନ କରି ପାରମ୍ପରିକ ବାଦ୍ୟଯନ୍ତ୍ର ଆଦି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖ୍ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି. ପ୍ରକାଶ କରିଛନ୍ତି ।ଲକ୍ଷ୍ମୀ ପୂଜା ଢେଙ୍କାନାଳର ଗଣପର୍ବ, ଏହା ଢେଙ୍କାନାଳର ଗର୍ବ ଓ ଗୌରବର ବିଷୟ । ଏଣୁ ଏହି ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରି ଉପଭୋଗ କରିବାକୁ ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର ସମସ୍ତ କର୍ମ କର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ଏବଂ ଜିଲ୍ଲାପ୍ରଶାସନର ପୂର୍ଣ୍ଣ ସହଯୋଗ କାମନା କରିଥିଲେ ।ଏହି ପୂଜା ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ପୋଲିସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା,ସହରକୁ ପରିଷ୍କାର ପରିଚ୍ଛନ, ନାଳ ନର୍ଦ୍ଦମା ସଫା, ଷ୍ଟୁଟ ଲାଇଟର ବ୍ୟବସ୍ଥା, ଅଧ୍ବକ ପାନୀୟ ଜଳ ଯୋଗାଣ, ଡ୍ରେନ ଓ ରାସ୍ତା ମରାମତି,ବୁଲା ଗୋରୁଗାଇ, ଷଣ୍ଢଙ୍କୁ ରାସ୍ତାରୁ ହଟାଯିବା ଯିବା, ରାସ୍ତା ଅବରୋଧ ହଟାଯିବା, ପାକିଂ ବ୍ୟବସ୍ଥା,ଅଗ୍ନିଶମ ବ୍ୟବସ୍ଥା, ୨୪ ଘଣ୍ଟିଆ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଜରୁରୀ ଚିକିତ୍ସା ସେବା ନିମନ୍ତେ ମୋବାଇଲ ଭ୍ୟାନ ମୁତୟନ,ପରିସ୍ରାଗାର ବ୍ୟବସ୍ଥା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ପୂଜା ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ପୂଜା ଅବସରରେ ମହିଷାପାଟ ଠାରେ ୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି ।ସ୍ନିଗ୍ଧା ରାଣୀ ଧଳ ସମସ୍ତଙ୍କୁ ସ୍ଵାଗତ କରି ପୂଜାବୈଠକରେ ପ୍ରାରମ୍ଭରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସମ୍ପର୍କରେ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଏହି ପ୍ରସ୍ତୁତି ବୈଠକରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପୁରୁଷୋତ୍ତମ ସେଠୀ, ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସମ୍ପାଦକ ଶ୍ରୀ ପୀତବାସ ସାହୁ, ଶାନ୍ତି କମିଟିର ସମ୍ପାଦକ ଶ୍ରୀ ସୁଧାଂଶୁ କୁମାର ଦଳେଇ, ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଓ ସମ୍ପାଦକ, ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ରହି ଲକ୍ଷ୍ମୀପୂଜା ପାଳନ ସମ୍ପର୍କରେ ଆଲୋଚନା କରିଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ), ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ପାଳନ କରିବାକୁ ଅନୁରୋଧ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ରଜ

Sunil Chandra Nayak

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ରେ ବ୍ୟାପିଲା ଝାଡ଼ାବାନ୍ତି ,ପହଂଚିଲା ଡାକ୍ତରୀ ଦଳ

Sunil Chandra Nayak

Leave a Comment

error: Content is protected !!