ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ସାଂସଦ ସୁଜିତ କୁମାର ଙ୍କ # ଆସ_ଗଢ଼ିବା_ସବୁଜ_ଓଡିଶା କାର୍ଯ୍ୟକ୍ରମ

ଭବାନିପାଟଣା -: ବିଶ୍ୱରେ ପରିବେଶ ସନ୍ତୁଳନ ଏକ ଗମ୍ଭୀର ସମସ୍ୟା ରୁପେ ଠିଆ ହୋଇଛି , ଏହାକୁ ନେଇ ରାଜ୍ୟ କଣ ଦେଶ ଆନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକଟ ପାଉଛି , ଏହାକୁ ସନ୍ତୁଳିତ କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ହିଁ ଏକ ମାତ୍ର ମୁଲମନ୍ତ ବୋଲି ମତ ପ୍ରକାଶ ପାଇଛି ।ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କଳାହାଣ୍ଡି ଜିଲ୍ଲାର ଆଦର୍ଶ ପଞ୍ଚାୟତ ଶଗଡା ଅନ୍ତର୍ଗତ ନାଗଝରୀ ବିଦ୍ୟାଳୟ ଠାରେ ଆଜି ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାନନ୍ଦ, ଯୁବନେତା ଦିନେଶ ବଗର୍ତୀ, ରବିଚନ୍ଦ୍ର ନାଏକ, ସେନାପତି ନାଏକ, ମୋହନ ଗହୀର, ଦୁଷ୍ମନ୍ତ ମାଝୀ, ପଞ୍ଚାୟତ ସଭାପତି ଶୁକ୍ରୁ ନାଏକ, ଜିତେନ୍ଦ୍ର ମାଝୀ, ସଞ୍ଜୟ ନାଏକ, ବିଜୟ ମାଝି, ଘନ ମାଝୀ, କାନ୍ତ ଦଳପତି, ଖଗେ ନାଏକ ପ୍ରମୁଖ ଯୋଗଦେଇଥିଲେ । ଭର୍ଚୁଆଲ ମାଧ୍ୟମରେ ରାଜସଭା ସାଂସଦ ସୁଜିତ କୁମାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

#ଆସ_ଗଢ଼ିବା_ସବୁଜ_ଓଡିଶା

ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

 

Related posts

ସମସେରପଦର ମଧ୍ୟ।ନ୍ନ ଭୋଜନରେ ଛାତ୍ର ଛାତ୍ରୀଙ୍କ ଅର୍ଥ ଆତ୍ମସାତ ଅଭିଯୋଗ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

Sunil Chandra Nayak

କୋକସରା କୃଷି କାର୍ଯ୍ୟାଳୟରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ

Sunil Chandra Nayak

Leave a Comment

error: Content is protected !!