ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ତହସିଲ ର ୪ କ୍ରସର ରୁ ୪୨ ଲକ୍ଷ ଟଙ୍କା ଫାଇନ ଆଦାୟ

କୋକସରା,୨୫/୭- ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧୀନରେ ଥିବା ୪ କ୍ରସର ୟୁନିଟକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗତ ମାସରେ କୋକସରା ତହସିଲ ପକ୍ଷରୁ ଧାର୍ଯ୍ୟ ଲିଜ ମିଆଦ ରୁ ବେଆଇନ ଭାବେ ଅଧିକ ପଥର କ୍ବାରି ଖନନ ସମେତ ଅନ୍ୟ ଅନିୟମିତତା ଅଭିଯୋଗ ରେ ସିଲ କରା ଯାଇଥିଲା। କୋକସରା ତହସିଲ ଅନ୍ତର୍ଗତ କାଶିବାହାଲ ଡୋକାରୀ ଡଙ୍ଗରି ରୁ ବେଆଇନ ପଥର କ୍ବାରି ଖନନ ଅଭିଯୋଗରେ ଶିବଶକ୍ତି ଷ୍ଟୋନ କ୍ରସର ମାଲିକ ଅନୁପ ଅଗ୍ରୱାଲ କୁ ୨୯ ଲକ୍ଷ, ଜିନ୍ଦମାତା କ୍ରସର ୟୁନିଟ ମାଲିକ ଚନ୍ଦନ ଖେମକା କୁ ୨ ଲକ୍ଷ, ଶ୍ରୀ ଜଗନ୍ନାଥ ଷ୍ଟୋନ କ୍ରସର ମାଲିକ ଜନାର୍ଦ୍ଦନ ପଣ୍ଡା ଙ୍କୁ ୫ ଲକ୍ଷ ଓ ସର୍ଗିଗୁଡା ଠାରେ ଥିବା ପଞ୍ଚାନନ ଷ୍ଟୋନ କ୍ରସର ମାଲିକ ସତ୍ୟବାନ ଦଣ୍ଡସେନାଙ୍କୁ ୬ ଲକ୍ଷ ସମସ୍ତ ୪ କ୍ରସର ୟୁନିଟ ରୁ ମୋଟ ୪୨ ଲକ୍ଷ ଟଙ୍କା ରୋୟାଲଟି ଓ ଫାଇନ କରାଯାଇଥିବା ନେଇ ସୂଚନା ହସ୍ତଗତ ହୋଇଛି। ସୁଚନା ଅନୁସାରେ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଗତମାସ ୨୩ ଓ ୨୪ ତାରିଖରେ କୋକସରା ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର କମଳାସନ ରଥ ସମେତ ବିଭାଗୀୟ ଅଧିକାରୀ ମାନେ ୪ କ୍ରସର ୟୁନିଟ ଉପରେ ଚଡାଉ କରି ଅନିୟମିତତା ଅଭିଯୋଗରେ ୟୁନିଟକୁ ସିଲ କରିବା ସହ ଜିଲ୍ଲା ପ୍ରଶାସନ ନିକଟରେ ସମସ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ସମସ୍ତ ରିପୋର୍ଟ ତଦାରଖ ପରେ କୋକସରା ତହସିଲ ପକ୍ଷରୁ ୪ କ୍ରସର ୟୁନିଟକୁ ଫାଇନ କରାଯାଇଛି। ମୋଟ ୪୨ ଲକ୍ଷ ଟଙ୍କା ରୋୟାଲଟି ଓ ଫାଇନ କରାଯାଇଛି। ଏ ନେଇ କୋକସରା ତହସିଲ ଅତିରିକ୍ତ ତହସିଲଦାର କମଳାସନ ରଥ ଙ୍କ ପ୍ରତିକ୍ରିୟା ନେବାରୁ ୪ କ୍ରସରର ବିଭିନ୍ନ ଅନିୟମିତତା ଅଭିଯୋଗ ହୋଇଥିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ୪ କ୍ରସର ୟୁନିଟ ରୁ ୪୨ ଲକ୍ଷ ରୋୟାଲଟି ଓ ଫାଇନ ଅସୁଲ କରାଯାଇଥିବା ନେଇ ସୂଚନା ଦେଇଛନ୍ତି।

Related posts

ଢେଙ୍କାନାଳରେ ପୁଲିସ ଶହୀଦ୍ ଦିବସ ପାଳିତ

Sunil Chandra Nayak

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ

ଭୁତପୂର୍ବ ନଗରପାଳ ତଥା ବାର ଆସୋସିଏସନର ପ୍ରାକ୍ତନ ସଭାପତି ରମେଶ ବଳଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!