ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କୋକସରା,୧୯/୯- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ଲୋକଙ୍କ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ରାକେଶ କୁମାର ପାରୁଆ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ଜିପିଇଓ ନାରାୟଣ ଭୋଇ ,ବିଏସଏସଓ ଦୀପକ କୁମାର ବେହେରା, କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡ଼. ଗୋପାଳ ଚନ୍ଦ୍ର ସାହୁ, କୃଷି ଅଧିକାରୀ ହେମାନନ୍ଦ ମାଝୀ, ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ପ୍ରସନ୍ନ କୁମାର ପରିଡା, ରାଜସ୍ବ ନିରୀକ୍ଷକ ଶରତ ଚନ୍ଦ୍ର ଶଗଡିଆ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆମପାଣି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆବାସ , ପିଡ଼ିଏସ, ଭତ୍ତା, ରାସ୍ତାଘାଟ, ସ୍କୁଲ ସମସ୍ୟା ସହ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ନେଇ ଆସିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଆବାସ ଯୋଜନା ପାଇଁ ୩୧୪, ଭତ୍ତା ପାଇଁ ୪୦, ରେସନ୍ କାର୍ଡ ୪୩ ଜଣ ଆବେଦନ କରିଥିବା ବେଳେ ରାସ୍ତା ଘାଟ ତଥା ଅନ୍ୟାନ୍ୟ ସମସ୍ୟା ପାଇଁ ୪୬ ଏଭଳି ମୋଟରେ ୪୪୩ ଦରଖାସ୍ତ ଦେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହି ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆଙ୍କ ସହ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ ଙ୍କ ସହ ଆଇଆରବି ଜବାନ ଉପସ୍ଥିତ ଥିଲେ ।

Related posts

ରାଇଘର ପୋଲିସ ର କଡାକଡି ଯାଞ୍ଚ

Sunil Chandra Nayak

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦୀ ଅଞ୍ଚଳର ଦୁଃଖ।। ଜନନୀ ଯନ୍ତ୍ରଣା ର ବିକଳ ଚିତ୍ର : ଗୁହାରି ଶୁଣିବ କିଏ ?

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଛାଇ

Sunil Chandra Nayak

Leave a Comment

error: Content is protected !!