ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶି ଲଗାଇ ଆତ୍ମହତ୍ୟା , କାରଣ ଆଶ୍ବଷ୍ଟ

ରାଇଘର,-:  ନବରଙ୍ଗପୁର ଜିଲା ରାଇଘର ପ୍ରକାଶ ଚନ୍ଦ୍ର ପରୱାଲ (ପପୁ ଭାଇ) (୪୪) ଦଳିତ ସମାଜର ଜଣେ ଲଢୁଆ ସଦସ୍ୟ ତଥା ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ଭାବେ କାର୍ଯ୍ଯ କରି ଆସୁଥିଲେ l   ପପୁ ଙ୍କ ଘର ରାଇଘର ପଂଚାୟତ ର ଖୁଟୁଗଁ। ଗ୍ରାମରେ, ପପୁ କିଛି ବର୍ଷ ହେବ ରାଇଘର ଠାରେ ଘର କରି ରହୁଥିଲେ ତାଙ୍କର ଲୋକ ସମ୍ପର୍କ ବହୁତ ଭଲ ଥିବା ବେଳେ ରବିବାର ମଧ୍ୟ ରାତିରେ ନିଜ ଗ୍ରାମ କୁ ଯିବା ରାସ୍ତା ଧାନ ବିଲ ମଝିରେ ଥିବା ବର ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା କୁ ସହଜ ରେ କେହି ଗ୍ରହଣ କରିପାରୁ ନଥିବା ଜଣାପଡିଛି l ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାତିରେ ଘରକୁ ଫେରି ନଥିବା ସନ୍ଦେହ କରି ରାଇଘର ଥାନା କୁ ପରିବାର ଲୋକେ ଜଣାଇ ଥିଲେ ଖବର ପାଈ ରାଇଘର ପୋଲିସ ମୋବାଇଲ ଟ୍ରେସ କରି ରାତି ରେ ପୋଲିସ ସହ ଗ୍ରାମର କିଛି ଯୁବକ ଖୋଜା ଖୋଜି କରିଥିଲେ ବର୍ଷା ଅଧିକ ମାତ୍ରା ରେ ହେଉଥିବାରୁ ଜଣାପଡି ନଥିଲା । ସୋମବାର ସକାଳେ ପପୁ ଙ୍କ ଝୁଲନ୍ତା ଶବ ଦେଖି ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ପହଞ୍ଚି ଏକ ମୋବାଇଲ ଜବତ କରିବା ସହ ଶବ ଜବତ କରି କେସ ନୋ ୬୯/22 ରେ ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର କୁ ହସ୍ତାନ୍ତର କରିବା ସହ ଘଟଣାର ଏ ଏସ୍ ଆଈ ରବିନ୍ଦ୍ର ପ୍ରଧାନ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l ଏ ନେଇ ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଙ୍କୁ ପଚାରିବାରୁ ଘଟଣା ସ୍ଥଳରେ ଏକ ବିଷାକ୍ତ ଖାଲି ଡବା ଓ ମୋବାଇଲ ଫୋନ୍ ମିଳିଛି ସେଥିରୁ ଆତ୍ମହତ୍ୟା କାରଣ ମିଳିପାରେ ବୋଲି ସେ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

ଲଘୁଚାପ ଜନିତ ଲଗାଣ ବର୍ଷା,ହାତୀନଦୀରେ ବନ୍ୟା, ଅନେକ ଚାଷଜମି ପାଣି ଘେରରେ, ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା

Sunil Chandra Nayak

Leave a Comment

error: Content is protected !!