ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲଡଙ୍ଗରି ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

କୋକସରା,୧୯/୯-(  ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତର ଚିଲଡଙ୍ଗରି ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଲିଛି।ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଦାବୀ ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାର ଚିଲଡଙ୍ଗରି ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ବିବେଚିତ କରିଛନ୍ତି । ଏହି ଖବର ଜାଣିବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ସୋମବାର କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ଏନେଇ ଚିଲଡଙ୍ଗରି ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ ଗଜାନନ ପୁଝାରି, ପୂର୍ବତନ ସରପଞ୍ଚ କୀର୍ତ୍ତନ ଶବର ,ଗୋବିନ୍ଦ ନାଏକ, ଯୁବ ସମାଜସେବୀ ପ୍ରଣବ କୁମାର ବେହେରା, ରାଜସ୍ବ ନିରୀକ୍ଷକ ରମଣୀ ରଂଜନ ପ୍ରଧାନୀ ସମେତ ଗ୍ରାମବାସୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଦେବାସହ ରାଜସ୍ବ ଗ୍ରାମର ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବାକୁ ତହସିଲଦାରଙ୍କୁ ଦାବି ରଖିଥିଲେ।

Related posts

ବାଲାଜି ସେଠୀ ଙ୍କ  ଏକ ହାସ୍ୟରସ ବ୍ୟଙ୍ଗ କ୍ଷୁଦ୍ର ଗୀତିନାଟ୍ୟ # ମୋଟା ବିଚାର #

Sunil Chandra Nayak

ଗୌତମ କଚିମ ଙ୍କ କବିତା ଲଲାଟ ଲିଖନ

ମମତା ସାହୁ ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

Leave a Comment

error: Content is protected !!