ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୂର ହେଲା ପାଣି ନିଷ୍କାସନ ସମସ୍ୟା, ଖୁସିହେଲେ ଆନ୍ଦୋଳନକାରୀ

ବାଲେଶ୍ଵର,୨୪/୯/୨୨ – ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ବାରମ୍ବାର ସରକାରୀ ଅଫିସରଙ୍କୁ ଜଣାଇବା, ରାସ୍ତା ଅବରୋଧ କରିବା ଆଦି ସମସ୍ୟା ଘଟିବା ପରେ ପାଣି ନିଷ୍କାସନ ପାଇଁ ସରକାରୀ ଅଫିସର ବାବୁଙ୍କ ନିଦ ଭାଙ୍ଗିଲା । ପାଣି ନିଷ୍କାସନର ବାଟ ଫିଟିଲା ଶେଷରେ ସମସ୍ୟାର ସମାଧାନ ହେଲା । ଏହା ଆଗରୁ କିଛି ବ୍ୟବସ୍ଥା ନହେବାରୁ ପଞ୍ଚାୟତର ଆଦିବାସୀ ମହିଳା ଓ ପୁରୁଷଙ୍କ ସହିତ ଅନ୍ୟାନ୍ୟ ବର୍ଗର ଶହ ଶହ ଲୋକ ବାଲିଆପାଳ ଓ ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତାକୁ ବନ୍ଦ କରି ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଥିଲେ ।  ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମ ପଞ୍ଚାୟତ ଅଫିସ ପାଖଦେଇ ଜାମସୁଳିରୁ ବାଲିଆପାଳ ରାସ୍ତା ଦେଭୋଗ ଛକକୁ ଲାଗିଛି । ଏହି ରାସ୍ତାର ଅର୍ଥାତ ପଞ୍ଚାୟତ ଅଫିସରୁ ୫୦ ମିଟରରୁ କମ ଦୂରରେ ୫/୬ ବର୍ଷ ହେଲା ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିଲା । ଏହି ରାସ୍ତାଦେଇ ଶହଶହ ଗାଡି, ସୁବର୍ଣ୍ଣରେଖା କଲେଜର ଛାତ୍ରଛାତ୍ରୀ, ଦେଉଳା ହାଇସ୍କୁଲ, ୟୁପି ସ୍କୁଲର ଛାତ୍ରଛାତ୍ରଛାତ୍ରୀ ଦେଭୋଗ ସ୍କୁଲ, ଛୋଟ ଛୋଟ ଅଙ୍ଗନବାଡି ଛୁଆ ମାନେ ଯାତାୟାତ କରନ୍ତି । ରାସ୍ତାରେ ପାଣି ଜମି ରହିବାରୁ ଛୋଟ ପିଲା ଠାରୁ ବୟସ୍କ ଲୋକ ବର୍ଷା ଦିନରେ ବହୁ ଅସୁବିଧା ଭୋଗ କରୁଥିଲେ । ଏହି ରାସ୍ତା ରୋକ ଆନ୍ଦୋଳନରେ ଦେଉଳା ଗ୍ରାମ ପଞ୍ଚାୟତର ସରପଞ୍ଚ ସୋରୁଜ କୁମାର ପିଳା, ବାଲିଆପାଳର କଂଗ୍ରେସ ନେତା ବିଜନ ନାୟକଙ୍କ ସମେତ ଏସ ଏସ ଜି ଗ୍ରୁପର ମହିଳା, ପଞ୍ଚାୟତବାସୀ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ଆର ଡି ଡିପାଟମେଣ୍ଟ ଅଧିକାରୀ ତୁଷାରକାନ୍ତି ବେହେରା ଘଟଣା ସ୍ଥଳରେ ପହଞ୍ଚି କେମିତି ରାସ୍ତାରୁ ପାଣି ନିଷ୍କାସନ ହୋଇ ପାରିବ ତାହା ତଦାରକ କରି ଆନ୍ଦୋଳନରେ ବସିଥିବା ଲୋକ ମାନଙ୍କୁ ବୁଝା ସୁଝା କରିବା ସହିତ ସାତଦିନ ଭିତରେ ପାଣି ନିଷ୍କାସନ କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନରୁ ଉହୁରିଥିଲେ । କିନ୍ତୁ ୪୦ ରୁ ୪୫ ଦିନ ପରେ ପାଣି ନିଷ୍କାସନର ସମସ୍ୟା ଦୂର ହେବା ଦେଖିବାକୁ ମିଳିଛି । ବାଟୋଇ ମାନଙ୍କ ଯିବା ଆସିବା ପାଇଁ ସମ୍ପୂର୍ଣ ରାସ୍ତାଟି ବିପଦ ମୁକ୍ତ ହୋଇଯାଇଛି । ସରପଞ୍ଚଙ୍କ ସମେତ ରାସ୍ତା ପାଇଁ ଆନ୍ଦୋଳନ କରିଥିବା ଆନ୍ଦୋଳନକାରୀ ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବସ ଚକ ତଳେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

Sunil Chandra Nayak

ଅବାଧ ବୃକ୍ଷ କଟା ରେ ରୋକ ଲାଗୁନି ,ଓ ସି ସି ବ୍ରିଜ ନିକଟସ୍ଥ ଟିକ ବୃକ୍ଷ ଚୋରୀ

Sunil Chandra Nayak

ତୁମୁରା ଠାରେ ସଡ଼କ ଦୁର୍ଘଟଣା, ସାଇକେଲ କୁ ଧକ୍କା ଦେଲା ବାଇକ ଦୁଇ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!