ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନ୍ଦିର ପରିଚାଳନା କମିଟି ସହ ନର୍ଲା ପୋଲିସର ବୈଠକ

ନର୍ଲା(ମନିସ) ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଓ ନର୍ଲା ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସମ୍ବିତ କୁମାର ମାଝୀଙ୍କ ତତ୍ବାବଧାନରେ ନର୍ଲା ଥାନା ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଉକ୍ତ ବୈଠକରେ ଦେବଗିରି ମଠ ବୁଢିପଦରରୁ ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ଶତୃଘ୍ନ ଧଙ୍ଗଡାମାଝୀ, ସରିଆଁ ଜଗନ୍ନାଥ ମନ୍ଦିରରୁ ପ୍ରମୋଦ ଭୋଇ, ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରୁ ପ୍ରଦୀପ କୁମାର ଅଗ୍ରୱାଲ ଓ ରାଧେଶ୍ୟାମ ଅଗ୍ରଓ୍ୱାଲ, ରାମଚନ୍ଦ୍ରପୁର ଜଗନ୍ନାଥ ମନ୍ଦିରରୁ ମନୋଜ କୁମାର ବେହେରା, ଅକ୍ଷୟ ସାହୁ ଓ ଲମ୍ବୋଦର ପତି, ନର୍ଲା ଜଗନ୍ନାଥ ମନ୍ଦିରରୁ ଚିରଞ୍ଜିବୀ ଗୈାଡିଆ ଓ ଅଭୟ ଚାନ୍ଦ, ମାଣ୍ଡେଲ ଜଗନ୍ନାଥ ମନ୍ଦିରରୁ କପିକେତନ ନାଏକ, ଶରତ ଚନ୍ଦ୍ର ଭୋଇ, ଦିଲୀପ ନାଏକ ଓ ସୁରେଶ ନାଏକ ପ୍ରମୁଖଙ୍କ ସହ ନର୍ଲା ଥାନା ଏସଆଇ ବଂଶୀଧର ସାମଲ, ସୁବାସ ଚନ୍ଦ୍ର ଗୁରୁ ଏବଂ ଶମ୍ଭୁ ପ୍ରସାଦ ଠାକୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ଏବଂ ଶାନ୍ତି ଶୃଙ୍ଖଳାର ସହ ସନ୍ଧ୍ୟା ପୂର୍ବରୁ କିପରି ରଥଯାତ୍ରା ସମାପନ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଅଧିକ ପୋଲିସ ଫୋର୍ସ ମୁତୟନ କରିବାକୁ ସମସ୍ତ ମନ୍ଦିର କମିଟି ପକ୍ଷରୁ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପ୍ରସ୍ତାବ ଦିଆଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ଥାନା ଅଧୀନରେ ଥିବା ମାଣ୍ଡେଲ, ନର୍ଲା, ରୁପ୍ରାରୋଡ, ଲାଖଗୁଡା, ବୁଢିପଦର, ଟିକ୍ରାପଡା, ତୁଳାପଡା, ଉଲିକୁପା, ସେରଗଡ, ସରିଆଁ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ଲାଞ୍ଜିଗଡ଼ରୋଡ ଠାରେ ରଥଯାତ୍ରା ଆୟୋଜିତ ହୋଇଥାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କାର୍ଲି ଗ୍ରାମରେ ୧୩୧ତମ ଆମ୍ବେଦକର ଜନ୍ମ ଜୟନ୍ତୀପାଳନ

Sunil Chandra Nayak

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା ଜନମ ଭୂଇଁ

Sunil Chandra Nayak

ଆଡ଼ିବନ୍ଧ ନିର୍ମାଣ ନ ହେବା ଯୋଗୁଁ ୨୫ ରୁ ଉର୍ଦ୍ଧ୍ବ ଗାଁ ମାନଚିତ୍ରରୁ ନିଜର ଅସ୍ତିତ୍ବ ହରାଇବେ

Sunil Chandra Nayak

Leave a Comment

error: Content is protected !!